ଓଡିଶା

ବ୍ରହ୍ମପୁରରେ ବାର୍‌ହା ଆତଙ୍କ

(ହିଞ୍ଜିଳିକାଟୁ): କରୋନା ଭାଇରସକୁ ନେଇ ସାରା ବିଶ୍ୱ ଆତଙ୍କିତ ଥିବାବେଳେ ସୋମବାର ସକାଳୁ ବ୍ରହ୍ମପୁରରେ ଦେଖାଦେଇଥିଲା ବାର୍‌ହା ଆତଙ୍କ। ବ୍ରହ୍ମପୁର ହରିଡାଖଣ୍ଡି ଗୌଡ଼ସାହି ଲକ୍ଷ୍ମୀ ନୃସିଂହ ମଠର ତାପବନରେ ଦୁଇଦିନ ଧରି ଏକ ବାର୍‌ହା ବୁଲୁଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଥିଲେ। ଖବର ପାଇ ବନବିଭାଗ ଅଧିକାରୀ ସକାଳୁ ପହଞ୍ଚି ବାର୍‌ହା ଧରିବା ଅଭିଯାନ ଚଳାଇଛନ୍ତି। ଦୁଇଦିନ ମଧ୍ୟରେ ଅଞ୍ଚଳର ୭ ଜଣଙ୍କ ସମେତ ୨ଜଣ ବନ କର୍ମଚାରୀ ବାର୍‌ହା ଆକ୍ରମଣରେ ଶିକାର ହୋଇଛନ୍ତି। ଏହାକୁ କାବୁ କରିବାକୁ ଉଦ୍ୟମ ଚାଲିଛି।

Related posts

୩୫ ପ୍ରତିଶତ ଶସ୍ତା ହେଲା ମଦ

mahabharatanews

ହିନ୍ଦୋଳ ବନବିଭାଗ ପକ୍ଷରୁ ଆଜି ବିଶ୍ୱବନିକରଣ ଦିବସ ପାଳିତ

mahabharatanews

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଟିତ

mahabharatanews