ଓଡିଶା

ତାରାତାରିଣୀ ମନ୍ଦିରର ପାହାଡ଼ ରାସ୍ତାରେ ବସ ସହ ଟ୍ରକ ମୁହାଁ ମୁହିଁ ଧକ୍କା

ଗଞ୍ଜାମ  : ଗଞ୍ଜାମ ଜିଲ୍ଲା ତାରାତାରିଣୀ ମନ୍ଦିରର ପାହାଡ଼ ରାସ୍ତାରେ ଦୁର୍ଘଟଣା । ଯାତ୍ରୀବାହୀ ବସ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା । ଏଥିରେ ଟ୍ରକ ଡ୍ରାଇଭର ଗୁରୁତର ଆହାତ ହୋଇଥିବା ବେଳେ ବସରେ ଥିବା ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆଜି ପୋଲସରା ଅଞ୍ଚଳର କିଛି ବ୍ୟକ୍ତି ମା ତାରାତାରିଣୀ ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ମନ୍ଦିରର ପାହାଡ଼ ରାସ୍ତାରେ ବିପରୀତ ପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପୁରୁଷୋତ୍ତମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଛନ୍ତି । ତେବେ ଦୁଇ ଜଣଙ୍କ ଗୁରୁତର ଥିବା ଯୋଗୁଁ ତାଙ୍କୁ ଅଧିକା ଚିକିତ୍ସା ଲାଗି ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ 

mahabharatanews

ଜାମିନରେ ଆସି ଗଣଦୁଷ୍କର୍ମ ପୀଡିତାଙ୍କ ଦେହରେ ନିଆଁ ଲଗାଇଲେ ଅଭିଯୁକ୍ତ

mahabharatanews

ଭାରତୀୟ ତଟରକ୍ଷୀ ବାହିନୀରେ ଜାହାଜ ‘ବରାଦ’ ସାମିଲ

mahabharatanews