ଓଡିଶା

ଘରକୁ ଘର ବୁଲି କଲେ ସଚେତନତା

(ଜୟନ୍ତ କୁମାର ସେଠୀ, ଗୋପ): ସାରା ଦେଶରେ କରୋନା ଭୁତାଣୁକୁ ନେଇ ସମସ୍ତେ ଚିନ୍ତିତ । କେନ୍ଦ୍ର ଓ ରାଜ୍ୟ ସରକାର କରୋନାକୁ ନେଇ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଏପରିକି କରୋନା ଭୂତାଣୁକୁ ଦୁରେଇ ରଖିବା ପାଇଁ ଲକ ଡାଉନ ଘୋଷଣା କରିଛନ୍ତି । ମାତ୍ର ପୁରୀ ଜିଲ୍ଲା ଡେଲାଙ୍ଗରେ ଏପରି କିଛି ଗ୍ରାମ ବା ପରିବାର ଅଛନ୍ତି ସେମାନେ କରୋନା ଭୁତାଣୁ ସମ୍ପର୍କରେ ସମ୍ପର୍ଣ୍ଣ ଅଭିଜ୍ଞ ଅଛନ୍ତି । ସେମାନେ କରୋନା ରୋଗ ସମ୍ପର୍କରେ ସେପରି କିଛି ଜାଣିନଥିବା ଜଣାପଡିଛି । ଏହାକୁ ଲକ୍ଷ୍ୟ କରି ରୟାଲ ଡେଲାଙ୍ଗ୨୨୨ର ସଭାପତି ସମୟ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଦୁଷ୍ମନ୍ତ କୁମାର ବାରିକ, ମନୁ କୁମାର ପ୍ରଧାନ ପ୍ରମୁଖ ଘରକୁ ଘର ବୁଲି ରାଜ୍ୟ ସରକାରଙ୍କ ପ୍ରଚାର ପତ୍ର ବଣ୍ଟନ କରିବା ସହ ବିଶେଷ କରି ହାତ ଧୋଇବା ସହ ସାମାଜିକ ଦୁରତା ରକ୍ଷା କରିବା ପାଇଁ ବୁଝାଇଥିଲେ । ଘରେ କାହାକୁ ଥଣ୍ଡା, ଜ୍ୱର, କାଶ, ଝିଙ୍କ ହେଲେ ସଙ୍ଗେ ସଙ୍ଗେ ମେଡିକାଲକୁ ଯିବା ସହ ପାଖ ଆଶା ଓ ଅଙ୍ଗନୱାଡି କର୍ମୀମାନଙ୍କୁ ଜଣାଇବା ପାଇଁ କହିଥିଲେ ।

Related posts

ସଟଡାଉନରେ ଚାଲୁରହିବ ବସ୍

mahabharatanews

ରାଜ୍ୟରେ ମେଘୁଆ ପାଗ ସହ ହାଲୁକା ବର୍ଷା ସମ୍ଭାବନା

mahabharatanews

ଭିଡିଓ କନଫରେନ୍ସିଂରେ ଆଠଗଡ ବସଷ୍ଟାଣ୍ଡର ନୂତନ ଭିତ୍ତିପ୍ରସ୍ତର ସ୍ଥାପନ

mahabharatanews