ଓଡିଶା

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଏପ୍ରିଲ୧୪ ତାରିଖ ଯାଏ ଘୁଞ୍ଚିଲା

(ଜୟନ୍ତ କୁମାର ସେଠୀ, ଗୋପ): ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଦର୍ଶନ କଟକଣାକୁ ଏପ୍ରିଲ ୧୪ ତାରିଖ ଯାଏ ବଢ଼ାଇ ଦିଆଯାଇଛି। କ ରୋନା ସଂକ୍ରମଣ କୁ ଦୃଷ୍ଟିରେ ରେ ରଖି ସରକାର ମାର୍ଚ୍ଚ ୨୦ରୁ ଏପ୍ରିଲ ୧ ତାରିଖ ଯାଏ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବନ୍ଦ ନେଇ ଘୋଷଣା କରିଥିଲେ। ତେବେ ସାରା ଦେଶରେ ଏବେ ଲକ ଡାଉନ ପ୍ରକ୍ରିୟା ଚାଲି ଥିବା ବେଳେ କରୋନା ସଂକ୍ରମଣକୁ ନେଇ ବ୍ୟାପକ ଅସଙ୍କା ରହିଛି। ଏହାକୁ ଦୃଷ୍ଟିରେରେ ପୁଣି ସରକାର ଶ୍ରୀମନ୍ଦିରରେ ଦର୍ଶନ କଟକଣା ଅସନ୍ତା ୧୪ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତି ସବୁ ଦିନ ଭଳି ଚାଲୁ ରହିଛି। ମହାପ୍ରଭୁଙ୍କର ସେବାରେ ଥିବା ପାଳିଆ ସେବକମାନେ କେଵଳ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ରହିଛି। ପ୍ରତେକ ସେବକଙ୍କୁ ସ୍କ୍ରିନିଂ କରାଯାଇ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ଦିଆଯାଉଛି। ସେହିପରି ଭକ୍ତଙ୍କ ଦର୍ଶନ ବନ୍ଦ ଥିବାରୁ ମହାପ୍ରଭୁଙ୍କ କେଵଳ କୋଠ ଭୋଗ ପ୍ରତିଦିନ ପ୍ରସ୍ତୁତ କରାଯାଇ ଲାଗି ହେଉଛି । ଆନନ୍ଦ ବଜ଼ାର ମଧ୍ୟ ବନ୍ଦ ରହିଛି। ଭକ୍ତ ଓ ସେବାୟତଙ୍କ ସୁରକ୍ଷାକୁ ଦେଖି ଏହି ଦର୍ଶନ କଟକଣା ଭକ୍ତଙ୍କ ପାଇଁ କରାଯାଇ ଥିବା ସରକାର ପୂର୍ବରୁ ଘୋଷଣା କରି କହିଥିଲେ।

Related posts

ଭାରତୀୟ ଜନତା ପାର୍ଟିର ପୁରୁଣା ରୋଗ ଆରମ୍ଭ  ହୋଇଛି

mahabharatanews

ଆସନ୍ତା ୩ଦିନ ଅସମ୍ଭାଳ ଗୁଳୁଗୁଳି ସହ ଖରା 

mahabharatanews

ଶାଳୀ ପ୍ରେମରେ ପଡି ସ୍ତ୍ରୀକୁ ନିର୍ଯାତନା ଦେଉଥିଲା ସ୍ୱାମୀ

mahabharatanews