ଓଡିଶା

ପିପିଲି ଦାନଗହୀରି ଗ୍ରାମ ସମେତ ଟୋଲ୍ ଗେଟର ସ୍ଥିତି ଅନୁଧ୍ୟାନ କଲେ ପୁରୀ ଜିଲ୍ଲାପାଳ

(ଜୟନ୍ତ କୁମାର ସେଠୀ, ଗୋପ): ପୁରୀ ଜିଲାପାଳ ବଲବନ୍ତ ସିଂ ପିପିଲି ଦାନଗହୀରି ଗ୍ରାମ ପରିଦର୍ଶନ କରି ସେଠରେ ଚାଲିଥିବା ଲକ ଡାଉନ ସ୍ଥିତି ପରଖି ଥିଲେ। ବିଶେଷ କରି ଉକ୍ତ ଗ୍ରାମରେ ଜଣେ କରୋନା ପଜେଟିଭ ବାହାରିବା ପରେ ଉକ୍ତ ଅଞ୍ଚଳର ଲୋକଙ୍କୁ ବହାରକୁ ଯିବାକୁ କଟକଣା ଥିବାରୁ ଲୋକମାନଙ୍କ ପାଇଁ କୀଭଳି ସମସ୍ତ ଅତ୍ୟାବଶ୍ୟକ ଜିନିଷ ପ୍ରଶାସନ ସଠିକ ଭାବେ ଯୋଗାଇ ପାରିବ ସେ ନେଇ ସମୀକ୍ଷା କରିଥିଲେ। ପରେ ପିପିଲି ଟୋଲ ଗେଟ ଯାଇ ପୁରୀ ଜିଲା ଭିତରକୁ ଯେଭଳି କୌଣସି ଗାଡି ପ୍ରବେଶ ନ କରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ। ସେହିପରି ସାମାଜିକ ନିରାପତା ଯୋଜନା ଠିକରେ କୀଭଳି ହୋଇ ପାରିବ ସେ ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇ ଥିଲେ। ଅନ୍ୟପଟେ ସାମାଜିକ ଦୂରତ୍ୱକୁ ପାଳନ କରିବା ତଥା ୬ ଫୁଟ ଦୂରତା ବଜାୟ ରଖିବା ପାଇଁ ଲୋକଙ୍କୁ ପୁରୀ ଜିଲାପାଳ ବଲବନ୍ତ ସିଂ କହିଛନ୍ତି। ଏହାକୁ ଉଲଘଂନ କଲେ କାର୍ୟ୍ୟନୁଷ୍ଠାନ ନିଆଯିବ ବୋଲୀ କହିଛନ୍ତି। ସେହିପରି ଗ୍ରସରି ଦୋକାନି ମାନେ ଦୋକାନ ଆଗରେ ୬ ଫୁଟ ବ୍ୟବଧାନରେ ଏକ ସର୍କଲ କରି ଲୋକଙ୍କୁ ଧାଡିରେ ସବୁ ଜିନିଷ ଦେବାକୁ ଜିଲାପାଳ କହିଛନ୍ତି। ଏହା ପ୍ରତେକ ଦୋକାନୀଙ୍କ ଦାୟିତ୍ୱ ଭାବେ ବିବେଚନା କରାଯିବ। ଯେଉଁ ଦୋକାନରେ ଏହି ନୀୟମ ଉଲଘଂନ ହେବ ଉକ୍ତ ଦୋକାନର ବ୍ୟବସାୟ ଲାଇସେନ୍ସ ବାତିଲ ସହ ଜରିମାନା ଆଦାୟ କରାଯିବ। ଅସନ୍ତା ୧୪ ତାରିଖ ଯାଏ ଏହି ନିୟମ ପାଳନ ପାଇଁ ନିର୍ଦେସ ଜାରି ହୋଇଛି।

Related posts

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଛଣ ବୋଝେଇ ଗାଡି

mahabharatanews

ମୃତ ବ୍ୟକ୍ତିର ଶବ ଉଦ୍ଧାର କଲା ସମଲ ପୁଲିସ୍

mahabharatanews

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews