ଓଡିଶା

ବିନା ମାସ୍କଧାରୀଙ୍କଠାରୁ ଜରିମାନା ଆଦାୟ

ହିଞ୍ଜିଳି, ରଜନିକାନ୍ତ ପାତ୍ର : କରୋନା ଭାଇରସ୍ (କୋଭିଡ୍-୧୯) ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଲୋକଙ୍କୁ ଘରେ ସୁରକ୍ଷିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ କିଛି ଅମାନିଆଙ୍କ ପାଇଁ ସବୁ ବ୍ୟବସ୍ଥା ଫେଲ ମାରୁଛି । ତେଣୁ ଜିଲ୍ଲା ପ୍ରଶାସନକୁ କଠୋର ପଦକ୍ଷେପ ନେବାକୁ ବାଧ୍ୟ କରୁଛି । ଜିଲ୍ଲାରେ ଦିନ ୧୨ରୁ ପରଦିନ ସକାଳ ୭ ଟା ପର୍ୟ୍ୟନ୍ତ ଆଂଶିକ ଶଟ୍ଡାଉନ୍ ଲାଗୁ କରାଯିବା ସହ ଅତ୍ୟାବଶ୍ୟକତା ନଥିଲେ ଘରୁ ବାହାରିବାକୁ ମନା କରାଯାଇଛି। ମାସ୍କ ବ୍ୟବହାର କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଆଗୁଆ ସତର୍କତା ଅବଲମ୍ବନ କରି କୌଣସି ବ୍ୟକ୍ତି ବିନା ମାସ୍କରେ ବାହାରେ ବାହାରିଲେ ସେହିମାନଙ୍କ ଠାରୁ ଫାଇନ ଆଦାୟ ସହ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ହିଞ୍ଜିଳିକାଟୁ ଆର୍.ଏମ.ସି ଛକ ଓ ବିଭିନ୍ନ ସ୍ଥାନରେ ଯାଞ୍ଚ କଡାକଡି କରାଯାଇଛି । ହିଞ୍ଜିଳି ତହସିଲଦାର ଗୋପୀନାଥ କୁଅଁରଙ୍କ ନେତୃତ୍ୱରେ ବିନା ମାସ୍କରେ ବଜାରକୁ ଆସିଥିବା ୧୦ଜଣ ବ୍ୟକ୍ତିଙ୍କ ଠାରୁ ୫ହାଜର ଟଙ୍କା ଜୋରିମାନା ଆଦାୟ ହୋଇଥିବା ବେଳେ ପୌର କାର୍ୟ୍ୟନିର୍ବାହୀ ଅଧିକାରୀ ଡ. ମନୋରଂଜନ ସାହୁ ୨ଜଣଙ୍କ ଠାରୁ ୨ହଜାର ଜୋରିମାନା ଆଦାୟ ସହ ଲୋକଙ୍କୁ ମାସ୍କ ବ୍ୟବହାର କରିବା ପାଇଁ ତହସିଲଦାର ଓ କାର୍ୟ୍ୟନିର୍ବାହୀ ଅଧିକାରୀ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି ।

Related posts

୧୫୦ରେ ପହଁଚିଲା ପିଆଜ

mahabharatanews

ବନ୍ୟା ସ୍ଥିତି; ବୁଡିଗଲା ଏମ୍‌ଭି-୯୬ ପୋଲ

mahabharatanews

ଏଣିକି ପର୍ଯ୍ୟଟଙ୍କ ପାଇଁ ରାତିରେ ଖୋଲା ରହିବ ନନ୍ଦନକାନନ

mahabharatanews