ଓଡିଶା

କରୋନା ଯୁଦ୍ଧରେ ବିଜୟ ପାଇଁ ବାଗଚୀଙ୍କ ୮ ସୂତ୍ରୀ ମନ୍ତ୍ର

ଭୁବନେଶ୍ୱର: କୋଭିଡ୍‌-୧୯ ବିରୋଧରେ ଜାରି ଯୁଦ୍ଧରେ ବିଜୟ ହାସଲ କରିବାକୁ ଏକ ଲମ୍ବା ଦୌଡ ଦୌଡିବାକୁ ହେବ । ଆଉ ଏକ ଦୌଡରେ ରାଜ୍ୟବାସୀଙ୍କୁ ସାମିଲ ହେବାକୁ ହେବ ବୋଲି ଆଜି କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି।
କରୋନାକୁ ପ୍ରତିହତ କରିବାକୁ ସେ ରାଜ୍ୟବାସୀଙ୍କୁ ଏକ ଆଠ ସୂତ୍ରୀ ମନ୍ତ୍ର ଦେଇଛନ୍ତି । ସର୍ବ ପ୍ରଥମେ ଆମେ ନିଜକୁ ଘର ଭିତରେ ଆବଦ୍ଧ ରଖିବା ଓ ସୁସ୍ଥ ରଖିବା। ଘରୁ ପଦାକୁ ବାହାରିଲେ ମାସ୍କ ପିନ୍ଧିବା ଓ କରୋନା ସଂକ୍ରମଣ ରୋକିବାକୁ ସବୁ ନିୟମର ପାଳନ କରିବା । ନିଜର ପ୍ରିୟ ପରିଜନ ସୁସ୍ଥ ଥିବା ଦେଖି ନିଜ ମନକୁ ଶାନ୍ତ ରଖିବା। ଘରେ ଆବଦ୍ଧ ରହିଲେ ବି ଶାରୀରିକ ପରିଶ୍ରମ କରି ନିଜକୁ ସୁସ୍ଥ ଓ କାର୍ୟ୍ୟକ୍ଷମ ରଖିବା ଅବଶ୍ୟକ । ବର୍ତ୍ତମାନ ସ୍ଥିତିରେ କମ ଖାଇବା ଦରକାର । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଘରର ମହିଳାଙ୍କୁ ଆରାମ ଦେବାକୁ ଘର କାମରେ ସହଯୋଗ କରିବାର ଆବଶ୍ୟକତା ରହିଛି । ସେମାନେ ଘରର ମେରୁଦଣ୍ଡ ହୋଇଥିବାରୁ ସେମାନଙ୍କ ସୁସ୍ଥତା ଆବଶ୍ୟକ । ପରିବାରର ସମସ୍ତେ ଏକାଠି ବସି ଖାଇବା। ପରିବାରର ବୟସ୍କମାନଙ୍କର ସ୍ୱାସ୍ଥ୍ୟ କଥା ବୁଝିବା ସହ ପିଲାମାନଙ୍କର ମନକଥା ବୁଝିବା। ପରସ୍ଥିତିକୁ ଦୃଷ୍ଟିରେ ରଖି ଶାରୀରିକ ଦୂରତ୍ୱ ଆବଶ୍ୟକ ହୋଇଥିବା ବେଳେ ମାନସିକ ନିକଟତା ରକ୍ଷା କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଆଜି ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧତ କରିବା ଅବସରରେ ରାଜ୍ୟବାସୀଙ୍କୁ ଏହି ପରାମର୍ଶ ଦେଇଛନ୍ତି ବାଗଚୀ।

Related posts

ଓଏସଏସସି ଅଫିସ ସମ୍ମୁଖରେ ଚାକିରି ଆଶାୟୀଙ୍କ ବିକ୍ଷୋଭ

mahabharatanews

ଗନ୍ଧମାର୍ଦ୍ଦନ ସୁରକ୍ଷା ଏକ୍ସନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews

ଚାନ୍ଦବାଲିରେ ଧୁମଧାମରେ ପାଳନ ହେଉଛି କନିକା-ଚାନ୍ଦବାଲି ବୈତରଣୀ ମହୋତ୍ସବ ୨୦୨୬

mahabharatanews