ଓଡିଶା

୫୭ ବାଇକ ସିଜ଼: ୭ହଜାର ୫ ଶହ ଟଙ୍କା ଜରିମାନା ଆଦାୟ

ଜୟନ୍ତ ସେଠୀ/ ଗୋପ: ପୁରୀରେ ଲକ ଡାଉନ ପ୍ରକ୍ରିୟାକୁ ଜୋରଦାର କରିଛି ପୁରୀ ପୋଲିସ। ଅଯଥା କୌଣସି ଜରୁରୀ କାର୍ୟ୍ୟ ନ ଥାଇ ଘରୁ ବାହାରିବା ନେଇ ପୋଲିସ କାର୍ୟ୍ୟନୁଷ୍ଠାନ ନେଇଛି। ପୁରୀରେ ଆଜି ୫୭ ଟି ବାଇକ ସିଜ଼ କରାଯାଇଛି। ସେହିପରି ଜରିମାନା ବାବଦକୁ ୭ହଜାର ୫ ଶହ ଟଙ୍କା ଆଦାୟ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଏହିପରି କଡା କାର୍ୟ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ପୁରୀ ସହରରେ ୨୦ ରୁ ଅଧିକ ନାକା ପଏଣ୍ଟ କରି ଲୋକଙ୍କ ଯିବା ଆସିବାକୁ ନିୟନ୍ତ୍ରଣ କରୁଛି ପୁଲିସ। ସେହିପରି ୨୦ ରୁ ଅଧିକ ପୋଲିସ ପାଟ୍ରୋଲିଂ ଗାଡି ପୁରୀ ସହରରେ ପଇଁତରା ମରୁଛି।

Related posts

 ପୋଲିସ୍‌-ମାଓବାଦୀ ଗୁଳି ବିନିମୟ;  ୨ ଯବାନ ଡାକ୍ତରଖାନାରେ ଭର୍ତ୍ତି  

mahabharatanews

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି; ୫ ଘଣ୍ଟା ସାଧାରଣ ଦର୍ଶନ ମନା

mahabharatanews

ଅମୀନ ରାଜକିଶୋରଙ୍କ ବିୟୋଗ

mahabharatanews