ଓଡିଶା

୫୭ ବାଇକ ସିଜ଼: ୭ହଜାର ୫ ଶହ ଟଙ୍କା ଜରିମାନା ଆଦାୟ

ଜୟନ୍ତ ସେଠୀ/ ଗୋପ: ପୁରୀରେ ଲକ ଡାଉନ ପ୍ରକ୍ରିୟାକୁ ଜୋରଦାର କରିଛି ପୁରୀ ପୋଲିସ। ଅଯଥା କୌଣସି ଜରୁରୀ କାର୍ୟ୍ୟ ନ ଥାଇ ଘରୁ ବାହାରିବା ନେଇ ପୋଲିସ କାର୍ୟ୍ୟନୁଷ୍ଠାନ ନେଇଛି। ପୁରୀରେ ଆଜି ୫୭ ଟି ବାଇକ ସିଜ଼ କରାଯାଇଛି। ସେହିପରି ଜରିମାନା ବାବଦକୁ ୭ହଜାର ୫ ଶହ ଟଙ୍କା ଆଦାୟ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଏହିପରି କଡା କାର୍ୟ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ପୁରୀ ସହରରେ ୨୦ ରୁ ଅଧିକ ନାକା ପଏଣ୍ଟ କରି ଲୋକଙ୍କ ଯିବା ଆସିବାକୁ ନିୟନ୍ତ୍ରଣ କରୁଛି ପୁଲିସ। ସେହିପରି ୨୦ ରୁ ଅଧିକ ପୋଲିସ ପାଟ୍ରୋଲିଂ ଗାଡି ପୁରୀ ସହରରେ ପଇଁତରା ମରୁଛି।

Related posts

ଖଣ୍ଡାୟତପଟକିରା ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟାହ୍ନଭୋଜନରେ ଅନିୟମିତତା ଅଭିଯୋଗ

mahabharatanews

ଥର୍ମାଲ ସ୍କ୍ରୀନିଂ ବ୍ୟାଙ୍କରେ ଆରମ୍ଭ ହେଲା

mahabharatanews

କଣ୍ଟେନମେଣ୍ଟ ଜୋନକୁ ବିରୋଧ କରି ପୁଲିସକୁ ପଥର ମାଡ

mahabharatanews