ଓଡିଶା

୧୪/୧୫ରେ ବର୍ଷା କମାଇବ ତାତି

ଭୁବନେଶ୍ୱର: ତତଲା କଡ଼େଇରେ ପରିଣତ ହୋଇଛି ସାରା ଓଡିଶା । ଗତକାଲି ରାଜ୍ୟର ୧୦ଟି ଜିଲ୍ଲାର ତାପମାତ୍ରା ୪୦ଡିଗ୍ରି ଅତିକ୍ରମ କରିଥିବା ବେଳେ ଚଳିତ ବର୍ଷ ପ୍ରଥମଥର ପାଇଁ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି । ଆସନ୍ତାକାଲି ମଧ୍ୟ ସାରା ରାଜ୍ୟରେ ତାପମାତ୍ରା ବଢିବାର ସମ୍ଭାବନା ରହିଛି । ତେବେ ୧୪ ଓ ୧୫ ତାରିଖରେ କାଳବେଶାଖୀ ବର୍ଷା ଯୋଗୁଁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ବୋଲି ଆଶା କରାଯାଉଛି । କିନ୍ତୁ ୧୬ ତାରିଖ ଆଡ଼କୁ ପୁଣିଥରେ ତାତି ବଢିବ । ଅନେକ ସ୍ଥାନରେ ପାରଦ ୪୨ ପାର ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଅ ।ସନ୍ତା ୨ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ଆହୁରି ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ବଢିବ । ୧୪ ଓ ୧୫ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଟକ, ଢେଙ୍କାନାଳ, ଜଗତସିଂହପୁର ଆଦି ଅଞ୍ଚଳରେ କାଳବେଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହି ସବୁ ସ୍ଥାନରେ ତାପମାତ୍ରା ସାମୟିକ ସମୟ ପାଇଁ କମିପାରେ । ରାଜ୍ୟର ବାକି ସମସ୍ତ ଅଞ୍ଚଳରେ ତାପମାତ୍ରା ୨ଡିଗ୍ରି ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି ।

Related posts

୧୦୫ ଲିଟର ମହୁଲି ମଦ ଜବତ, ୨ ଗିରଫ

mahabharatanews

ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା 

mahabharatanews

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଗୁଳିମାଡ

mahabharatanews