Uncategorized

ନିରବଚ୍ଛିନ୍ନ ସେବା ଯୋଗାଇବାକୁ କେବୁଲ, ଡିଟିଏସ କମ୍ପାନୀକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ଏବେ ଲକଡାଉନ୍ । ୨୧ ଦିନିଆ ଲକଡାଉନ ପରେ ପୁଣି ଏହି ଅବଧି ବୃଦ୍ଧି ପାଇବ । ଲୋକମାନେ ଘରେ ରହିଛନ୍ତି । ଏଭଳି ସ୍ଥିତିରେ କେବୁଲ ଅପରେଟର, ଡିଟିଏଚ, ଟିଭି ସଂସ୍ଥାମାନଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛି ସୂଚନା ଓ ପ୍ରସାରଣ ନିର୍ଦ୍ଦେଶାଳୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, “ଗ୍ରାହକମାନେ ଯେଉଁ ଚ୍ୟାନେଲଗୁଡିକୁ ସବସ୍କ୍ରାଇବ କରିଛନ୍ତି ସେହି ଚ୍ୟାନେଲ ସେମାନଙ୍କୁ ନିରବଚ୍ଛିନ୍ନ ଭାବରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବା ଆବଶ୍ୟକ । ନିକଟରେ କେନ୍ଦ୍ର ଗୃହମନ୍ତ୍ରଣାଳୟ କେବୁଲ ଅପରେଟର ଓ ଡିଟିଏଚ ସେବା ପ୍ରଦାନକାରୀଙ୍କୁ ଜରୁରୀ ସେବା ତାଲିକାରେ ସାମିଲ୍ କରିଛନ୍ତି । ଲୋକମାନେ ଏବେ ଘରେ ରହିଛନ୍ତି । ଅନେକ କେବୁଲ ବା ଡିଟିଏଚ ରି•ର୍ଜ କରିବାରେ ସକ୍ଷମ ହୋଇନପାରନ୍ତି । ତେଣୁ ଏବେ ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଦେବାକୁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ କହିଛି ।

Related posts

ପେରୁରେ ୩ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

ମହାରାଷ୍ଟ୍ର: ୨୪ ଘଣ୍ଟାରେ ୮୭ ପୁଲିସ କରୋନା ଆକ୍ରାନ୍ତ

mahabharatanews

ସୀରମ୍ ଇନଷ୍ଟିଚ୍ୟୁଟ୍‌ର ସିଇଓଙ୍କୁ ସମନ

mahabharatanews