Uncategorized

ବିିଶ୍ୱରେ କୋରନା ଆକ୍ରନ୍ତଙ୍କ ସଂଖ୍ୟା ୧୮.୫ ଲକ୍ଷ ଟପିଲା

(ସରୋଜ କୁମାର ରାଉତ): ସୋମବାର ସକାଲ ସୁଦ୍ଧା କୋରନା ଭୋଇରସ ଆକ୍ରନ୍ତଙ୍କ ସଂଖ୍ୟା ୧୮.୫ ଲକ୍ଷରୁ ଅଧିକା ଲୋକଙ୍କୁ ଆକ୍ରାନ୍ତ କରି ସାରିଛି । ଜନସତ୍ ହପକିନ୍ସ ୟୁନିଭରସିଟିର ତଥ୍ୟ ଅନୁଯାୟୀ ଭାରତୀୟ ସମୟ ୯.୧୫ ମଧ୍ୟରେ ଏହି ମାରାତ୍ମକ ଭୂତାଣୁ ବିଶ୍ୱର ୧୮,୫୦,୨୨୦ ଲୋକଙ୍କୁ ଆକ୍ରାନ୍ତ କରିଛି ଓ ପ୍ରାୟ ୧,୧୪,୨୧୫ ମୃତ୍ୟୁର କାରଣ ହୋଇଛି ।

ଜନସ୍ ହପକିନ୍ସ ୟୁନିଭର୍ସିଟି ପ୍ରଦତ୍ତ ତଥ୍ୟ ମୁତାବକ ଯୁକ୍ତରାଷ୍ଟ୍ର ଆମେରିକାରେ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୫, ୫୪, ୦୦୦ରୁ ଅଧିକ ହୋଇ ଯାଇଛି। ଏଯାବତ୍ ଆମେରିକାରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ର୍ୟା ୨୨, ୦୭୯ ଅତିକ୍ରମ କରିଥିବା ବେଳେ ସେଥିରୁ କେବଳ ନ୍ୟୁୟର୍କ ସହରରେ ୬, ୮୯୮ଜଣଙ୍କର ମୃତ୍ୟୁ ଘଟିଛି। କରୋନାଭାଇରସ୍ ଦ୍ବାରା ସାଙ୍ଘାତିକ ସଂକ୍ରମିତ ହୋଇଥିବା ଦୁଇ ଇଉରୋପୀୟ ଦେଶ ସ୍ପେନ୍ ଏବଂ ଇଟାଲିର ମୃତ୍ୟୁସଂଖ୍ୟାକୁ ଆମେରିକା ଅତିକ୍ରମ କରିଯାଇଛି। ଅନ୍ୟ ଏକ ସଦ୍ୟପ୍ରାପ୍ତ ରିପୋର୍ଟ ଅନୁସାରେ, ସୋମବାର ସକାଳ ୯ଟା ସୁଦ୍ଧା ଆମେରିକାରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୫, ୫୭, ୩୦୦ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୨୧, ୯୯୪ରେ ପହଞ୍ଚିଛି।

ଗତବର୍ଷ ଚୀନ୍ର ଊହାନରେ ଉଦ୍ଭୁତ ଏହି ଭୂତାଣୁ ସଂକ୍ରମଣରେ ଚୀନ୍ର ମେନ୍ଲାଣ୍ଡ୍ରେ ସଂକ୍ରମିତଙ୍କ ସଂଖ୍ୟା ୮୨, ୧୬୦ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ମଧ୍ୟ ୩, ୩୪୧ରେ ପହଞ୍ଚିଛି।

ଏହି ମାରାତ୍ମକ ଭୂତାଣୁଜନିତ ଦ୍ବିତୀୟ ଗୁରୁତର ସଂକ୍ରମିତ ଦେଶ ହେଉଛି ସ୍ପେନ୍। ସେଠାରେ ଏଥିଯୋଗୁଁ ୧୬୬, ୮୩୧ ସଂକ୍ରମିତ ହୋଇଥିବା ବେଳେ ୧୭, ୨୦୯ଜଣଙ୍କର ମୃତ୍ୟୁ ହୋଇଛି। ସଂକ୍ରମଣ ସଂଖ୍ୟାରେ ସ୍ପେନ୍ ତଳକୁ ରହିଛି ଇଟାଲି। ସେଠାରେ ୧୫୬, ୩୬୩ଜଣ କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି। ସେଠାରେ ମୃତ୍ୟୁସଂଖ୍ୟା ୧୯, ୮୯୯ ବୋଲି ଜଣାପଡ଼ିଛି।

Related posts

ଜର୍ମାନରୁ ଉଠିବ ଲକଡାଉନ: ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜନସମାବେଶ ଉପରେ ପ୍ରତିବନ୍ଧକ

mahabharatanews

ଦିଲ୍ଲୀରେ ସେନା ମୁତୟନ ପାଇଁ କେଜ୍ରିୱାଲଙ୍କ ନିବେଦନ

mahabharatanews

ଷ୍ଟାର ପ୍ରଚାରକ ତାଲିକାରୁ ହଟିଲେ ଦୁଇ ବିଜେପି ନେତା

mahabharatanews