ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ଆତଙ୍କରେ ପାକିସ୍ତାନ । ଏପରି ଦୁର୍ବିସହ ସ୍ଥିତିରେ ପାକିସ୍ତାନର କେତେକ ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କ ପକ୍ଷରୁ ରିଲିଫ୍ ବଣ୍ଟନ କରାଯାଉଛି । କିନ୍ତୁ ସେଠାକାର ସଂଖ୍ୟାଲଘୁ ହିନ୍ଦୁ ଓ ଖ୍ରୀଷ୍ଟିଆହ୍ୱାନଙ୍କୁ ଏଥିରୁ ବାଦ ଦିଆଯାଇଛି । ଏହା ସରକାର ଦ୍ୱାରା ପ୍ରଣିତ । ସଂଖ୍ୟାଲଘୁ ହିନ୍ଦୁ ଓ ଖ୍ରୀଷ୍ଟିଆନମାନଙ୍କୁ ରିଲିଫ୍ ନ ଦେବାକୁ ଏହି ଏନଜିଓମାନଙ୍କ ଉପରେ ପ୍ରବଳ •ପ ସୃଷ୍ଟି କରାଯାଉଛି ବୋଲି ୟୁଏସ୍ କମିସନ ଅନ୍ ଇଣ୍ଟରନ୍ୟାସନାଲ ରିଲିଜିୟସ ଫ୍ରିଡମ୍ (ୟୁଏସ୍ସିଆଇଅ ।ର୍ଏଫ) ପ୍ରକାଶ କରିଛି । କୋଭିଡ-୧୯ ଭଳି ମହାମାରି ପରିସ୍ଥିତିରେ ପାକିସ୍ତାନ ସରକାରଙ୍କ ଏଭଳି ହୀନ ଉଦ୍ୟମକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । କୋଭିଡ-୧୯ ମହାମାରୀ ପାଇଁ ପାକିସ୍ତାନର କରାଚି ସହରରେ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଥିବା ବେଳେ ସଂଖ୍ୟାଲଘୁ ହିନ୍ଦୁ ଓ ଖ୍ରୀଷ୍ଟିଅ ।ନମାନଙ୍କୁ ନ ଦେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏହା ଫଳରେ ରିଲିଫ ବଣ୍ଟନରେ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ପାକିସ୍ତାନର ବନ୍ଦର ନଗରୀ କରାଚିରେ ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ସଂସ୍ଥା ‘ସେଲାନି ୱେଲଫେୟାର ଇଣ୍ଟରନ୍ୟାସନାଲ ଟ୍ରଷ୍ଟ’ ପକ୍ଷରୁ ଗରିବ ଓ ଗୃହହୀନଙ୍କ ଉଦ୍ଦେଶ୍ୟରେ ରିଲିଫ ବଣ୍ଟନ କରାଯାଇଥିଲା । ତେବେ ରିଲିଫ ବଣ୍ଟନ ବେଳେ ସଂଖ୍ୟାଲଘୁ ଗରିବ ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କୁ ନ ଦେବାକୁ ଉକ୍ତ ଏନ୍ଜିଓ ଉପରେ •ପ ସୃଷ୍ଟି କରାଯାଇଥିଲା । ପାକିସ୍ତାନର ଏଭଳି କାର୍ଯ୍ୟ ନିନ୍ଦନୀୟ ବୋଲି “ୟୁଏସ୍ସିଆଇଆର୍ଏଫ’ କମିସନର ଅନୁରିମା ଭାର୍ଗବ କହିଛନ୍ତି ।