ଓଡିଶା

ଓରମାସ ଚାଷୀଙ୍କ ପନିପରିବା, ଫଳ ବିକ୍ରିକୁ ପ୍ରୋତ୍ସାହନ ଦେବ

ଭୁବନେଶ୍ୱର: ଓଡିଶା ରୁରାଲ ଡେଭେଲପମେଣ୍ଟ ଆଣ୍ଡ ମାର୍କେଟିଂ ସୋସାଇଟି (ଓରମାସ) ସହାୟତାରେ ରାଜ୍ୟର ୧୦ଟି ଜିଲ୍ଲାରୁ ପନିପରିବା ଓ ଫଳ ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦନ ସଂଗ୍ରହ କରାଯିବା ସହ ଏହାର ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି । ଫଳରେ ଓରମାସ ସହଯୋଗରେ ଏହି ୧୦ଟି ଜିଲ୍ଲାର ପ୍ରାୟ ୨୨ଟି ଉତ୍ପାଦନକାରୀ ଗୋଷ୍ଠୀ ଲାଭବ।।ନ ହେବେ ଓ ସେମାନେ ପ୍ରାୟ ୫୬ ଲକ୍ଷ ଟଙ୍କା ରୋଜଗାର କରି ପାରିବେ ବୋଲି ଆଜି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

କୋଭିଡ-୧୯ର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଘୋଷଣା ହୋଇଥିବାରୁ ଚାଷୀ ତାର ପନିପରିବା ଓ ଫଳମୂଳ ବିକ୍ରି କରିପାରୁନି । ଯାନବାହନ ଚଳାଚଳ ଉପରେ ଲାଗିଥିବା କଟକଣା ମଧ୍ୟରେ ଚାଷୀ ପୁଲିସର କଠୋର କାର୍ଯ୍ୟାନୁଷ୍ଠାନ ଓ ଲାଠି ପ୍ରହାର ଭୟରେ ବଜାରକୁ ତାର ଉତ୍ପାଦ ନେବାକୁ ଭୟକରୁଛି । ତେଣୁ ହଜାର ହେକ୍ଟର ଚାଷ ଜମିରେ ଫସଲ ହୋଇଥିବା ପନିପରିବା ଓ ଫଳ ମୂଳ ବିକ୍ରି ହୋଇ ପାରୁ ନ ଥିବାରୁ ପଚିସଢି ଖତ ଖାଉଥିବା ନେଇ ବିଭିନ୍ନ ସ୍ଥାନରୁ ଚାଷୀମାନେ ଅଭିଯୋଗ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଲକଡାଉନ ପାଳନ ସହ ଚ।।ଷୀଙ୍କୁ ସେମାନଙ୍କ ପରିଶ୍ରମର ଉଚିତ ମୂଲ୍ୟ ଦେବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ।

Related posts

ଖଣି ବିଭାଗ ପକ୍ଷରୁ ଚୋରା ବାଲି ବୋଝେଇ ହାଇୱା ଜବତ୍

mahabharatanews

ସମ୍ବଲପୁର ସାଂପ୍ରଦାୟୀକ ଦଙ୍ଗା ସଂପର୍କରେ କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖି ଅନୁରୋଧ କଲେ ରାଜ୍ୟ ସଭାପତି

mahabharatanews

ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews