ଓଡିଶାଦୁର୍ଘଟଣା

କେନାଲକୁ ଖସିଲା ନାନୋ କାର, ଅଳ୍ପକେ ବର୍ତ୍ତିଲେ ଚାଳକ

ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ପୁରୁଣା ଥାନା ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ନାଲି ରଙ୍ଗର ଟାଟା ନାନୋ କାର ଭାରସାମ୍ୟ ହରାଇ ପ୍ରଥମେ କଲଭର୍ଟ ପାଚେରୀରେ ଧକ୍କା ଦେଇ ପରେ କେନାଲକୁ ଖସିପଡ଼ିଥିଲା। ଦୁର୍ଘଟଣାରେ କାରଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଚାଳକ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି।

ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ, ଅସ୍ତରଙ୍ଗ ଥାନା ପକ୍ଷରୁ ପ୍ରାଥମିକ ସୂଚନା ଅନୁସାରେ ଭାରସାମ୍ୟ ହରାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ଅସ୍ତରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କେନାଲରୁ ଦୁର୍ଘଟଣାଗ୍ରସ୍ତ କାରକୁ ଉଦ୍ଧାର କରିଥିଲେ ।

 

Related posts

କରୋନ କଟକଣାକୁ ନମାନି ତଣ୍ଡ ଗଣିଲେ ୩ ଶୋ ରୁମ୍

mahabharatanews

ବଢୁଛି ମହିଳାଙ୍କ ପ୍ରତି ହିଂସା

mahabharatanews

ହୋଟେଲ କର୍ମଚାରୀଙ୍କୁ ମରଣାନ୍ତଙ୍କ ଆକ୍ରମଣ

mahabharatanews