Uncategorized

ଆମେରିକାରେ ୭ ଲକ୍ଷରୁ ଊଦ୍ଧ୍ୱର୍ ଆକ୍ରାନ୍ତ, ୩୭ ହଜାର ଟପିଲା ମୃତ୍ୟୁ

ଓ୍ୱାଶିଂଟନ: ସମ୍ପ୍ରତି ଆମେରିକାରେ ଆତଙ୍କ ଖେଳାଇ ଚାଲିଛି କରୋନା ଭୂତାଣୁ । ଶନିବାର ସକାଳ ସୁଦ୍ଧା ଆମେରିକାରେ ୭ଊକ୍ଷରୁ ଅଧିକ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ଜନ ହାପିକନ ବିଶ୍ୱବିଦ୍ୟାଳୟ ଏହି ସୂଚନା ଦେଇଛି। ଏଯାବତ କରୋନାରେ ୭୦୧,୬୧୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩୭,୦୫୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ବିଶ୍ୱର ୨୧୦ଟି ଦେଶକୁ କରୋନା ସଂକ୍ରମଣ ବ୍ୟାପିଛି। ଆମେରିକାରେ ସର୍ବାଧିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ରହିଛି। ଆମେରିକାର ନ୍ୟୁୟର୍କ ଏହି ଭାଇରସରେ ସର୍ବାଧିକ ପ୍ରଭାବିତ ହୋଇଛି । ନ୍ୟୁୟର୍କରେ ୨୩୦,୫୭୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୭,୧୩୧ ଜଣଙ୍କର ମୃତ୍ୟୁ ହୋଇଛି ।

ଆମେରିକା ପରେ କରୋନା ସଂକ୍ରମଣରେ ଦ୍ୱିତୀୟ ସ୍ଥ।।ନରେ ରହିଛି ଇଟାଲୀ । ଇଟାଲୀରେ ୨୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧ଲକ୍ଷ ୬୮ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି। ସେହିଭଳି ସ୍ପେନରେ ୧ ଲକ୍ଷ ୮୪ ହଜାର ଲୋକ ଆକ୍ରାନ୍ତ ହୋଇଥିବାବେଳେ ୧୯ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି । କରୋନା ଭାଇରସରେ ସାରା ବିଶ୍ୱରେ ୧ ଲକ୍ଷ ୫୪ ହଜାର ୨୬୬ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଆଜି ସୁଦ୍ଧା ପ୍ରାୟ ୨୨ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।

Related posts

ଶାହୀନବାଗରେ ସିଆରପିଏଫ ମୁତୟନ, ୧୪୪ ଧାରା ଲାଗୁ

mahabharatanews

ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ପ୍ରବାସୀ ଶ୍ରମିକଙ୍କ ଟ୍ରେନକୁ ରାଜ୍ୟକୁ ଅନୁମତି ଦେଉନାହାନ୍ତି

mahabharatanews

ନିହତ ବିକାଶ ଦୁବେ ସହ ପୁଲିସର ସମ୍ପର୍କକୁ ନେଇ ତଦନ୍ତ ଆରମ୍ଭ କଲା ଏସଆଇଟି

mahabharatanews