Uncategorized

କରୋନା ପ୍ରତିଷେଧକ ପାଇଁ ପ୍ରସ୍ତୁତି ଚଳାଇଛି ଭାରତ

ନୂଆଦିଲ୍ଲୀ: ଭାରତ ଆମେରିକା ଓ ଇସ୍ରାଏଲ୍‍ ସହ ମିଶି କୋଭିଡ-୧୯ର ପ୍ରତିଷେଧକ ବାହାର କରିବା ପାଇଁ କାର୍ୟ୍ୟ କରୁଛି। ସେହିପରି ଭାରତ ନିଜକୁ ଭବିଷ୍ୟତରେ କୋଭିଡ-୧୯ ଭଳି ଭୂତାଣୁର ମୁକାବିଲା କରିବାକୁ ଉତ୍ତମ ରୂପେ ପ୍ରସ୍ତୁତ କରିଛି। ଏଥିପାଇଁ ଭାରତର ଦୀର୍ଘ ଦିନର ଗବେଷଣା ଓ ଦେଶର ବୈଜ୍ଞାନିକମାନଙ୍କ ମଧ୍ୟରେ ଜିଜ୍ଞାସୁ ମନୋଭାବର ବିକାଶ ମୁଖ୍ୟତଃ ଗୁରୁତ୍ୱପୂର୍ଣ୍ଣ। ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ସଚିବ ଡକ୍ଟର ଆଶୁତୋଷ ଶର୍ମା ଏ କ୍ଷେତ୍ରରେ ଘଟିଥିବା ଅଗ୍ରଗତି ଗୁଡ଼ିକ ବିଷୟରେ ସୂଚନା ଦେଇଛନ୍ତି। ଦେଶରେ କରୋନା ଭୂତାଣୁ ପାଇଁ ପ୍ରତିଷେଧକ ସଂକ୍ରାନ୍ତରେ ଗବେଷଣା ଉପରେ ଡକ୍ଟର ଶର୍ମା କହିଛନ୍ତି, ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ଏ କ୍ଷେତ୍ରରେ ଅଗ୍ରଗତି ହାସଲ କରିବା ପାଇଁ ଅନେକ ପ୍ରତିଷ୍ଠାନକୁ ସହାୟତା କରୁଛି। ସେ କହିଛନ୍ତି, ଭାରତ ଏ ଦିଗରେ ଆମେରିକା ଓ ଇସ୍ରାଏଲ୍‍ ସହ ଗବେଷଣାର ଫଳାଫଳର ଆଦାନ ପ୍ରଦାନ କରୁଛି।

Related posts

ରାଜ୍ୟରେ ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ

mahabharatanews

ଦିଲ୍ଲୀ ହିଂସା:ଘୃଣା ମନ୍ତବ୍ୟର ଶୁଣାଣି ପାଇଁ ଦିଲୀ ହାଇକୋର୍ଟଙ୍କୁ ନିର୍ଦ୍ଦେଶ

mahabharatanews

ସୁଶାନ୍ତ ସିଂହ ମୃତ୍ୟୁର ତଦନ୍ତ  ପାଇଁ କେନ୍ଦ୍ର ଦେଲା ମଞ୍ଜୁରୀ

mahabharatanews