Uncategorized

୧୮୬ ଆକ୍ରାନ୍ତଙ୍କୁ ନେଇ କେଜରିୱାଲଙ୍କ ଚିନ୍ତା ବଢିଛି

ନୂଆଦିଲ୍ଲୀ: କରୋନାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ବିଶ୍ୱର ସର୍ବଶକ୍ତିଶାଳୀ ଆମେରିକା ଏହି ଭୂତାଣୁ କବଳରେ ଅସହାୟ ହୋଇପଡିଛି । କରୋନାରେ ବର୍ତ୍ତମାନ ଆମେରିକା ସମସ୍ତ ଦେଶକୁ ପଛରେ ପକାଇ ଦେଇଛି ମୃତ୍ୟୁ ଓ ସଂକ୍ରମଣରେ । ଅପରପକ୍ଷରେ ଭାରତରେ ସଂକ୍ରମଣ ଯଦିଓ ସେତେଟା ଗମ୍ଭୀର ହୋଇନାହିଁ ତେବେ ଭାରତରେ ଏହି ଭୂତାଣୁର ସ୍ଥିତି ଅନ୍ୟ ରାଷ୍ଟ୍ରଠାରୁ ଅଲଗା ଥିବା ପରି ମନେ ହେଉଛି । ଫଳରେ ଏହା ମୁଣ୍ଡ ବ୍ୟଥାର କାରଣ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି । ଦିଲ୍ଲୀରେ ଗୋଟିଏ ଦିନ ପୂର୍ବରୁ ଚିହ୍ନଟ ହୋଇଥିବା ପ୍ରାୟ ୧୮୬ ଜଣ କରୋନା ସଂକ୍ରମିତ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି। କାରଣ ଏମାନଙ୍କ ପାଖରେ କରୋନାର କୌଣସି ଲକ୍ଷଣ ପ୍ରକାଶ ପାଇଥିଲା କି ଏମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ଥିଲା। ତେଣୁ ଏବେ ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି ୧୮୬ ଜଣ କରୋନା ସଂକ୍ରମିତ ଏବେ ଚିନ୍ତାର କାରଣ। ଏମାନଙ୍କ ସମ୍ପର୍କରେ ଏବେ ତଥ୍ୟ ସଂଗ୍ରହ କରାଯାଉଥିବା ବେଳେ ଏମାନଙ୍କ ସଂସ୍ପର୍ଶରେ ଆସିଥବା ଲୋକଙ୍କୁ ମଧ୍ୟ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି।

ଅନ୍ୟପଟେ ମହାରାଷ୍ଟ୍ରରେ, କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାରୁ ଏହା ସେଠାକାର ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ସେଠାକାର ସାଧାରଣ ଲୋକ କରୋନାରୋ ସଂକ୍ରମିତ ହେବା ଆଉ ଏକ ଚିନ୍ତାର କାରଣ ହୋଇଛି। ଏହାକୁ ନେଇ ଏବେ ଆଲୋଚନା ହେଉଛି କି କରୋନା ଭାଇରସ ହେଉଛି ବହୁରୂପୀ।

Related posts

କୁକୁରକୁ ଡେଇଁଲା କୋରୋନା

mahabharatanews

ଋଣ ପରିଶୋଧ ଅବଧି ୨ ବର୍ଷ ସ୍ଥଗିତ ରହିପାରେ

mahabharatanews

ମିରଟ: ସ୍ୱାଇନ ପ୍ଲୁରେ ୮ ମୃତ୍ୟୁ

mahabharatanews