Uncategorized

ହୁତୁହୁତୁ ହୋଇ ଜଳିଗଲା କବାଡି ଗୋଦାମ, ଯାତାୟାତ ବାଧାପ୍ରାପ୍ତ

ପୁରୀ : ପୁରୀ-ବ୍ରହ୍ମଗିରି ରାସ୍ତାରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା କବାଡି ଗୋଦାମ, ଯାତାୟାତ ବାଧାପ୍ରାପ୍ତ।  ପୁରୀ-ବ୍ରହ୍ମଗିରି ରାସ୍ତାର ମଙ୍ଗଳାଘାଟ ବ୍ରିଜ୍ ନିକଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଏକ କବାଡି ଗୋଦାମ ହୁତୁହୁତୁ ହୋଇ ଜଳିଯାଇ ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି।

ଘଟଣାସ୍ଥଳରେ ପୁରୀ ଅଗ୍ନିଶମ ବିଭାଗର ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଅଗ୍ନିକାଣ୍ଡର ଭୟାବହତା ଏତେ ଅଧିକ ଥିଲା ଯେ, ବ୍ରହ୍ମଗିରି ଅଲାରନାଥ ଦର୍ଶନ ପାଇଁ ଯାଇଥିବା ହଜାର ହଜାର ଶ୍ରଦ୍ଧାଳୁ ରାସ୍ତାରେ ଅଟକି ରହିଥିଲେ। ରାସ୍ତା ବନ୍ଦ ଯୋଗୁଁ ବାଇକ୍ ଓ କାର୍ ଆରୋହୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

 

Related posts

ଅନ୍ତରାଷ୍ଟ୍ରୀୟ ସମୂହକୁ ବିଭ୍ରାନ୍ତ କରିବାକୁ ପାକିସ୍ତାନ ଚାଲ ଖେଳୁଛି: ରକ୍ଷା ବିଶେଷଜ୍ଞ

mahabharatanews

ହିନ୍ଦୁ ପରିବାରରେ ମୁସଲମାନ ହୋଇଛନ୍ତି ଅତିଥି

mahabharatanews

ଦେଶରେ ୨୪ ଘଣ୍ଟାରେ ୭୫,୮୦୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୩୩ ମୃତ

mahabharatanews