(ଚିତ୍ତରଞ୍ଜନ ସାହୁ/ବରଗଡ): କୋଭାଡ ୧୯ ଭୂତାଣୁ ଏବେ ସାରା ବିଶ୍ୱକୁ କବଳିତ କରି ରଖିଛି । ଏହି ରୋଗଠାରୁ ରକ୍ଷା ପାଇବା ପାଇଁ ଏକମାତ୍ର ବାଟ ହେଉଛଇ ସମାଜିକ ଦୂରତା ଅବଲମ୍ବନ କରିବା । କୋଭିଡ ୧୯ ଭଳି ଏକ ମାରାତ୍ମକ ରୋଗ ।ପଇ ଏବେ ଆମ କେନ୍ଦ୍ର ଓ ରାଜ୍ୟ ସରକାର କିଛି ନିୟମ କରିଛନ୍ତି । ଯେମିତିକି ସାମାଜିକ ଦୂରତା ଅବଲମ୍ବନ କରିବା, ସଫା ସୁତୁର ରହିବା ଓ ସେମିତି କିଛି ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରକୁ ଯିବ ନାହିଁ । ଏହି ରୋଗରେ ଯଦି କେହି ସଂକରମିତ ହେଉଛି । ତାହାକୁ ସରାକାର କରିଥିବା କ୍ୱାରାଣ୍ଟାଇନ ହଲରେ ୧୪ ଦିନ ପାଇଁ ରଖିବାର ବ୍ୟବସ୍ଥା ମଧ୍ୟ ରହିଛି । ଯେଉଁଥିପାଇଁ ରାଜ୍ୟ ସରକାର ବିଭିନ୍ନ ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦିସଆଯାଇଛି ।ଯେଉଥିରେ ସରପଞ୍ଚଙ୍କ ତଥ୍ୱବଧାନରେ ଏହି କ୍ୱାରାଣ୍ଟାଇନ ହଲ ଗୁଡିକ ପ୍ରସ୍ତୁ ହେ । କିନ୍ତୁ ବିଡମ୍ବନାର ବିଷୟଯେ ଆଜି ପର୍ଯ୍ୟନ୍ତ କିଛି ପଞ୍ଚାୟତରେ କା୍ୱରାଣ୍ଟାଇନ ହଲପ୍ରେସ୍ତୁତ ହୋଇନାହିଁ । ଏମିତି ଏକ ଘଟଣା ଘଟିଛି ବରଗଡ ଜିଲ୍ଲା ବରପାଲି ବ୍ଲକ ଭଟି ଗାଁ ଓ ତିନି କାନି ପଞାୟତରେ । ଏହି କେନ୍ଦ୍ର ଗୁଡିକରେ ଯେଉଁ କ୍ୱାରାଣ୍ଟାଇନ ହଲ ହେବା ତାହା ସେଠାରେ ଥିଲେ ମଧ୍ୟ ସେଠି ଥିବା ବେଡ, ୱାଟର ଫିଲଟର, ସାନିଟାଇଜର ସାମଗ୍ରି ଓ ଇନଭଟର କିଛି ସୁବିଧା ନାହିଁ । ଗୋଟେ ପଟେ ସରକାର ଏହି ମାରାତ୍ମକ ଭୂତାଣୁ କୁ ଓଡିଶରୁ କିପରି ସଂପୂର୍ଣ୍ଣ ରୂପେ ଭଲ କରିହେବ ସେଥି ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଖୋଦ ସରାକାରୀ ପଦବୀରେ ଥିବା କର୍ମଚାରୀମାନେ ମାନୁ ନାହନ୍ତି ସରକାରଙ୍କ ନିୟମ । ଅନ୍ୟପଟେ ଏ ବାବଦରେ ଆମେ ସରପଞ୍ଚ ରାତ୍ର ମହାନନ୍ଦଙ୍କୁ ପଚାରିବାରୁ ସେ କହିଛନ୍ତିଯେ ଜିପି ଦାୟିତ୍ୱରେ ଥିବା ଇଓ ନିଲାଞ୍ଚଲ ବିଶି ଏହି ବାବଦରେ ବୁଝାସୁଝା କରୁଛନ୍ତି । ଇଓ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମତେ ବିଡିଓ ଯାହା କହୁଛନ୍ତି ମୁଁ ତାହା କରୁଛି । ଅପରପକ୍ଷେ ଇଓ ନିଜ ଦେହ ଖରାପ ଥିବାର ବାହାନା କରି ପଞ୍ଚାୟତକୁ ଆସୁନାହାନ୍ତି ବୋଲି ଅଭିଯୋଗ ହେଉଛି । କରୋନା ଏକ ମାରାତ୍ମକ ରୋଗ ବୋଲି ସମସ୍ତେ ଜାଣି ଥିଲେ ମଧ୍ୟ କିଛି ସରାକାରୀ କର୍ମଚାରୀ ଏହାକୁ ଗୁରୁତ୍ୱର ସହ ନନେେଇ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବାର ଏହା ଏକ ଜ୍ୱଳନ୍ତ ଉଦାହରଣ ।
previous post
next post