ଓଡିଶା

ଜୁଲିବନ୍ଧରେ ଅଗ୍ନିକାଣ୍ଡ, ଜଳିଗଲା ୨ ବଖରା

(କଣିହାଁ/ଜ୍ୟୋତିରଂଜନ ଧର): କଣିହାଁ ବ୍ଲକ କମରେଇ ପଂଚାୟତ ଅନ୍ତର୍ଗତ ଜୁଲିବନ୍ଧ ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟିଛି । ଜୁଲିବନ୍ଧ ଛକ ନିକଟରେ ବସବାସ କରୁଥିବା ଚିତ୍ରା ସାହୁ(୬୦ବର୍ଷ)ଙ୍କ ୨ବଖରା ସଂପୁର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ଗୋଟେ ରହିବା ଘର ଥିବା ବେଳେ ଅନ୍ୟଟି ଛୋଟ ଦୋକାନ ଘର ଥିବା ଜଣାଯାଇଛି । ଗତକାଲି ପୂର୍ବାହ୍ନ ୧୧ବେଳେ ଚିତ୍ରା ଗ୍ୟାସ୍ ଯୋଗେ ରୋଷେଇ କରୁଥିବା ବେଳେ ନିଆଁ ଲାଗିଯାଇଥିବା ଜଣାପଡିଛି । ଅଗ୍ନିକାଣ୍ଡରେ ଧାନ, ଚାଉଳ, ଟଙ୍କା, ଗହଣା ସହିତ ଘରର ସମସ୍ତ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଥିଲା । ଖବର ପାଇ ଏନଟିପିସି ଦମୁକଳ ପହଁଚି ନିଆଁକୁ ଲିଭାଇଥିଲା ବେଳେ ସମସ୍ତ ଜିନିଷ ପୋଡି ପାଉଁଶ ହୋଯାଇଥିଲା । ଏଣୁ କମରେଇ ପଂଚାୟତ ପକ୍ଷରୁ ଆଜି ଠାରୁ ୧୫ଦିନ ପାଇଁ ରନ୍ଧା ଖାଦ୍ୟ ଯୋଗାଇଦିଆଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ବିଜିଗୋଳ ସରପଂଚ ଦୁଶାସନ ସାହୁ ଓ ବିଜେଡି ଯୁବ ବାହିନୀ ସଭାପତି ସୁଧାଂଶୁ ଶେଖର ସାହୁଙ୍କ ପକ୍ଷରୁ ଶନିବାର ପୂର୍ବାହ୍ନରେ ବିପନ୍ନ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଥିଲେ ।

Related posts

ଚିନ୍ମୟୀ ମୃତ୍ୟୁ ମାମଲାରେ ଖୋଲିବ ରହସ୍ୟ, ଆସିଲା ଭିସେରା ରିପୋର୍ଟ

mahabharatanews

୩୪ ତମ ସର୍ବ ଭାରତୀୟ ଲାଲମନୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୋଭାଯାତ୍ରା

mahabharatanews

ଆମ୍ବୁଲାନ୍ସ ଫେରିଗଲା, ଜିପରେ ପ୍ରସବ କଲେ ପ୍ରସୂତୀ

mahabharatanews