ଓଡିଶା

ଡିପିଏଫ ଜଙ୍ଗଲରେ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ, ୭ ଶିକାରୀ ଗିରଫ

( କଣିହାଁ /ଜ୍ୟୋତିରଞ୍ଜନ ଧର): ଆଇନ ଜାଲରେ ୭ ଜଣ ଶିକାରୀ । ଶନିବାର ଜଙ୍ଗଲରୁ ବାରହା ଶିକାର ପରେ ୭ ଅଭଯୁକ୍ତ ବାରହା ମାଂସ ଭାଗ କରୁଥିବା ବେଳେ ବନବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ପ୍ରଥମେ ସେମାନଙ୍କୁ କାବୁ କରାଯାଇ ଥିଲା ।

ସୂଚନାନୁଯାୟୀ, ଅନୁଗୋଳ ଜିଲ୍ଲା ତିଳେଶ୍ଵର ଡି ପି ଏଫ୍ ଜଙ୍ଗଲରୁ ୭ ଜଣ ଶିକାରୀ ଏକ ବାରହା କୁ ଗୋଡେଇ ଗୋଡେଇ ମାରିବା ପରେ ଏକ କୂଅରେ ଫୋପାଡ଼ି ଦେଇଥିଲେ । ଗିରଫ ଅଭିଯୁକ୍ତ ମାନେ ସମସ୍ତେ ଆମ୍ବସରମୁଣ୍ଡା ପଞ୍ଚାୟତ ମହୀଧରପୁର ଗ୍ରାମର ବୋଲି ଜଣାପଡିଛି। ଅଭିଯୁକ୍ତ ଶିକାରୀ ମାନେ ଉକ୍ତ ବାରହାକୁ ପଥର ଓ ଟାଙ୍ଗିଆରେ ମାରି କୂଅରେ ଫୋପାଡ଼ି ଦେଇଥିଲେ । ଶେଷରେ ମାଂସ ଭାଗ ଚାଲିଥିବାର ସୂଚନା ପାଇ ବିଭାଗୀୟ କର୍ମଚାରୀ ଅତର୍କିତ ଚଢାଉ କରିଥିଲେ। ଫରେଷ୍ଟର ସନ୍ତୋଷ କୁମାର ନାଏକ, ଫରେଷ୍ଟର ସୁବ୍ରତ କୁମାର ଶତପଥୀ, ବନରକ୍ଷୀ ଅଞ୍ଜଳୀ ବେହେରା, ବନରକ୍ଷୀ ଶାନ୍ତନୁ କୁମାର ଦେହୁରୀ ପ୍ରମୁଖ ଚଢାଉରେ ସାମିଲ ଥିଲେ । ମାଂସ ସହ ୭ ଶିକାରୀଙ୍କୁ ଗିରଫ କରିଥିଲେ । ସେମାନଙ୍କୁ ରବିବାର କୋର୍ଟ ଚାଲାଣ କରାଯିବ ବୋଲି ଫରେଷ୍ଟର ସନ୍ତୋଷ କୁମାର ନାଏକ ସୂଚନା ଦେଇଛନ୍ତି ।

Related posts

ହିଞ୍ଜିଳିରେ ପ୍ରଶାସନିକ ଅଧିକାରୀଙ୍କ ସହ କରୋନା ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ

mahabharatanews

ଦିନ ୧୧ଟାରେ ଆଲୋଚନା କରିବେ ଘରୋଇ ବସ୍ ମାଲିକ ସଂଘ 

mahabharatanews

୩୦ ଘଣ୍ଟା ପରେ, ଡାକ୍ତର ନିଯୁକ୍ତି ପ୍ରତିଶ୍ରୁତି ପରେ ଧାରଣା ଭଙ୍ଗ

mahabharatanews