ଓଡିଶା

ପୁରୀ ଜିଲ୍ଲାରେ ଲକ୍ ଡାଉନ୍ କଟକଣା ସାମାନ୍ୟ କୋହଳ 

(ଜୟନ୍ତ ସେଠି/ଗୋପ): ଦ୍ୱିତୀୟ ପର୍ୟ୍ୟାୟରେ ଚାଲିଥିବା ଲକଡାଉନ ରେ ଥିବା କିଛି କଟକଣା ରେ ସାମାନ୍ୟ କୋହଳ ହେବ ପୁରୀ ଜିଲ୍ଲାରେ। ଜିଲାପାଳ ବଲବନ୍ତ ସିଂ ଏହି ସୂଚନା ଦେଇଛନ୍ତି। ପୁରୀ ଜିଲାପାଳ ଙ୍କ ସୂଚନା ଅନୁଜାୟୀ ଗ୍ରାମାଞ୍ଚଳରେ କୃଷି କାର୍ୟ୍ୟ ସମେତ , ମତ୍ସ ବ୍ୟବସାୟ ଓ କାରବାର , ହର୍ଟିକଲଚର ଏବଂ ଘର ନିର୍ମାଣ କାର୍ୟ୍ୟ ରେ ନୀୟମ କୋହଳ ହେବ। ଏଥିରେ ଶ୍ରମିକ ମାନେ ସାମାଜିକ ଦୂରତ୍ୱ ରଖି ମାସ୍କ ପିନ୍ଧି କାର୍ୟ୍ୟ କରି ପାରିବେ। ସେହିପରି ସହରାଞ୍ଚଳରେ ଲକ ଡାଉନ ଭଳି ପରିସ୍ଥିତି ଜାରି ରହିବ। କେଵଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକ ମାନେ ବଜ଼ାର ଯାଇ ପାରିବେ। ସାମାଜିକ ଦୂରତ୍ୱ ସହ ମାସ୍କ ପିନ୍ଧିବା ଲୋକ ଙ୍କ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପୁରୀ କୁ ପ୍ରବେଶ ପଥ ପୂର୍ଵ ଭଳି ସିଲ ରହିବ। ଅନ୍ୟପଟେ ପୁରୀ ଜିଲାର ପ୍ରଥମ କରୋନା ରୋଗୀ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ସାରି ଛନ୍ତି। ପ୍ରତିଦିନ ୬୦ ରୁ ଅଧିକ ସ୍ୱାବ ଟେଷ୍ଟ ପାଇଁ ପଠାଯାଉଛି। ତେବେ ସ୍ଥିତି ଉପରେ ଜିଲା ପ୍ରଶାସନ ନଜର ରଖିଛି। ସେହିପରି ପୁରୀ ଜିଲା ବାସୀ ଲକ ଡାଉନ କୁ ଯେଭଳୀ ସମର୍ଥନ ଦେଇ ଛନ୍ତି ତାକୁ ନେଇ ଜିଲାପାଳ ପୁରୀ ବାସିନ୍ଦା ଙ୍କୁ ଧନ୍ୟବାଦ ଦେଇଛନ୍ତି। ସାମାଜିକ ଦୂରତ୍ୱ କୁ ବଜାୟ ରଖିବା ସହ ମାସ୍କ ପିନ୍ଧିବା , ବାରମ୍ବାର ସାବୁନ ରେ ହାତ ଧୋଇବା, ଅତି ଜରୁରୀ ନ ହେଲେ ଘରୁ ନବହାରି ବାକୁ ଜିଲାପାଳ ବଲବନ୍ତ ସିଂ ପରାମର୍ଶ ଦେଇଛନ୍ତି।
ବାଇଟି- ବଲବନ୍ତ ସିଂ, ପୁରୀ ଜିଲାପାଳ

Related posts

ତାତିରୁ ନାହିଁ ନିସ୍ତାର :ଅସ୍ତବ୍ୟସ୍ତ ଜନଜୀବନ

mahabharatanews

ଗାଡି ଉଠାଇବାକୁ ନେଇ ହାଇକୋର୍ଟଙ୍କ ସ୍ୱଷ୍ଟୋକ୍ତି

mahabharatanews

୧୨ କିଲୋ ଓଜନର ବ୍ରଜକାପ୍ତା ଉଦ୍ଧାର

mahabharatanews