Uncategorized

ଦେଶରେ ୨୪ ଘଣ୍ଟାରେ ୪୭ କରୋନା ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୯୦ରେ ପହଞ୍ଚିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୧୮ ହଜାର ୬୦୧ ଛୁଇଁଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୩୨୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ଦେଶରେ ଆକ୍ଟିଭ କେସ ସଂଖ୍ୟା ୧୪, ୭୫୯ ରହିଛି।

ଗତ ୨୪ ଘଣ୍ଟାରେ ଦେଶରେ କରୋନା ଯୋଗୁ ୪୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୩୬ ଜଣ ଆକ୍ରାନ୍ତ ହୋଇଛନ୍ତି। କ୍ରମାଗତ ତୃତୀୟ ଦିନ ପାଇଁ ଦେଶରେ ୧୨ ଶହରୁ ଅଧିକ ନୂଆ ମାମଲା ରେକର୍ଡ ହୋଇଛି। ମହାରାଷ୍ଟ୍ର, ଗୁଜରାଟ ଓ ଦିଲ୍ଲୀରେ ଏହି ୩ ଦିନ ମଧ୍ୟରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ମୃତ ୫୯୦ ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୨୩୨ ଜଣ ଥିବା ବେଳେ ମଧ୍ୟପ୍ରଦେଶରେ ୭୪, ଗୁଜରାଟରେ ୭୧, ଦିଲ୍ଲୀରେ ୪୭, କର୍ଣ୍ଣାଟକାରେ ୧୬, ଆନ୍ଧ୍ର ପ୍ରଦେଶରେ ୨୦, ଆସାମ, ଓଡ଼ିଶା, ମେଘାଳୟ, ହିମାଚଳ ପ୍ରଦେଶରେ ୧, ବିହାର, ଝାରଖଣ୍ଡରେ ୨, ହରିଆଣାରେ ୩, ଜମ୍ମୁ-କଶ୍ମୀରରେ ୫., କେରଳରେ ୩, ପଞ୍ଜାବ ୧୬, ରାଜସ୍ଥାନରେ ୨୫, ତାମିଲନାଡୁରେ ୧୭, ତେଲେଙ୍ଗାନାରେ ୨୩, ଉତ୍ତର ପ୍ରଦେଶରେ ୧୮ ଓ ପଶ୍ଚିମବଙ୍ଗରେ ୧୨ ଜଣ ପ୍ରାଣ ହରାଇଛନ୍ତି।

Related posts

ଦିଲ୍ଲୀ ହିଂସା ଯୋଜନାବଦ୍ଧ, ଶାହା ଇସ୍ତଫା ଦେବା ଦରକାର: ସୋନିଆ

mahabharatanews

କେଜରିୱାଲଙ୍କ ନିଆରା ଶପଥ; ସାମିଲ ହେବେ ସଫେଇ କର୍ମଚାରୀ

mahabharatanews

ଆପଣ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି କି?ଏହି ୭ଟି ପ୍ରାଣୀଙ୍କୁ ଦିଅନ୍ତୁ ଖାଦ୍ୟ

mahabharatanews