ଓଡିଶା

କୂଆଖାଇ ନଦୀରେ ଭାସୁଛି ପଥର

(ମହାଭାରତ/ଭୁବନେଶ୍ୱର): ଭୁବନେଶ୍ୱର ବାରଙ୍ଗ କୂଆଖାଇ ନଦୀରେ ଭାସୁଛି ପଥର । କଥାଟା ଆପଣଙ୍କୁ ବିଶ୍ୱାନ ନ ହେଲେ ବି ଘଟଣାଟି ସତ୍ୟ । ନଦୀରେ ପଥରଟି ଭାସୁଥିବା ଅବସ୍ଥାରେ ଜଣେ ବ୍ୟକ୍ତି ଘରକୁ ଆଣି ପୂଜାର୍ଚ୍ଚନା କରିଛନ୍ତି । ସୁଚନାଯୋଗ୍ୟ ଯେ, ଭୁବନେଶ୍ୱରର ବାରଙ୍ଗ ଥାନା ଅନ୍ତର୍ଗତ ଜୟପୁର ଗ୍ରାମ ନିକଟସ୍ଥ କୂଆଖାଇ ନଦୀରେ ଏକ ପଥର ଭାସିଯାଇଥିବା ଦେଖିବାକୁ ପାଇଥିଲେ ସେହି ଗ୍ରାମର ନିର୍ମାଲ୍ୟ ଦାସ । ନିର୍ମାଲ୍ୟ କୂଆଖାଇ ନଦୀରେ ବନିସି ଖାଡି ପକାଉଥିବା ବେଳେ ଏକ ସୋଲ ଭଳି ପଥର ଭାସୁଥିବା ଦେଖିବାକୁ ପାଇଥିଲେ । ବନିସି ଖାଡିରେ ସେହ ପଥରଟିକୁ କୂଳକୁ ଆଣିଥିଲେ । ଆଉ ପାଣିରୁ ପଥରଟିକୁ ଉଠାଇବା ବେଳେ ବହୁତ ଓଜନ ଲାଗିଥିଲା । ସେ ପ୍ରଥମେ ଭୟବିତ ହୋଇଯାଇଥିଲେ । ପଥରଟିକୁ ଘରକୁ ନେଇଆସିଥିଲେ । ଘରେ ଏକ ବଡ କୂଣ୍ଡରେ ପାଣି ଭର୍ତି କରି ପଥରଟିକୁ ସେଥିରେ ପକାଇଥିଲେ ଯାହାକି ପଥରଟି ପାଣିରେ ବୁଡିବା ବଦଳରେ ଭାସି ଉଠିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରଚାର ହେବା ପରେ ଗ୍ରାମର ନିଷ୍ପତି ଅନୁସାରେ ପଥରଟିକୁ ପୁଜାର୍ଚ୍ଚନା କରାଯାଇଥିଲା ।

Related posts

କୋଟିଆରେ ଆନ୍ଧ୍ର ଅନୁପ୍ରବେଶ ନେଇ ସରକାରଙ୍କ ପାଖରେ ତଥ୍ୟ ନାହିଁ

mahabharatanews

ବଢିଲା ବସ ଭଡା

mahabharatanews

ଆଜିଠୁ ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ

mahabharatanews