ଓଡିଶା

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀଙ୍କ କଳାବ୍ୟାଚ ପରିଧାନ

ଆସିକା: ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୨୦୦୮ ପରବର୍ତ୍ତୀ ନିଯୁକ୍ତ ହୋଇଥିବା ଅଧ୍ୟାପକ ଏବଂ କର୍ମଚାରୀମାନେ କଳାବ୍ୟାଚ ପରିଧାନ କରି କଳାଦିବସ ପାଳନ କରିଛନ୍ତି। ଏଥି ସହିତ ଚାକିରିର ଅନିୟମିତତାକୁ ନେଇ ଓଡି଼ଶା ସରକାରଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଓଡିଶା ସରକାରଙ୍କ ସମସ୍ତ ଯୋଜନା ତଥା କାର୍ଯ୍ୟାବଳୀକୁ ମାନ୍ୟତା ଦେଇ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଗଢି ତୋଳୁଥିବା ଏବଂ ସମସ୍ତ ନିର୍ବାଚନ ପ୍ରକ୍ରିୟାରେ ସହଯୋଗ କରିଆସୁଛନ୍ତି। ହେଲେ ଚାକିରି କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ନିୟମିତ ହୋଇପାରିନାହିଁ। ବର୍ତ୍ତମାନ ସୁଦ୍ଧା କଲେଜ ପରିଚାଳନା କମିଟି ଦ୍ୱାରା ପ୍ରାପ୍ତ ସ୍ୱଳ୍ପ ବେତନ ମିଆଦିରେ କାର୍ଯ୍ୟ କରିଆସୁଛନ୍ତି। ଦୀର୍ଘ ୧୪ ବର୍ଷ ହେଲା ସମ୍ପୃକ୍ତ କର୍ମଚାରୀମାନେ ଅତ୍ୟନ୍ତ ଦୁଃଖଦ ପରିସ୍ଥିତିରେ କାଳାତିପାତ କରୁଛନ୍ତି। ହେଲେ ଏମାନଙ୍କର ଏତାଦୃଶ ଦାବିକୁ ଓଡି଼ଶା ସରକାର କର୍ଣ୍ଣପାତ କରୁନାହାଁନ୍ତି। ଚାକିରି କ୍ଷେତ୍ରରେ ଓଡି଼ଶା ସରକାରଙ୍କ କାଳକ୍ଷେପଣ ନୀତି ଯୋଗୁ କଲେଜ ଛାତ୍ରଛାତ୍ରୀ ଓ ଅବିଭାବକ ମହଲରେ ମଧ୍ୟ ଅସନ୍ତୋଷର ଗୁଞ୍ଜରଣ ସୃଷ୍ଟି ହୋଇଛି। ସମାନ କାମକୁ ସମାନ ଦରମା ନ ମିଳିଲେ ଅଧ୍ୟାପକ ତଥା କର୍ମଚାରୀମାନେ ଏହି ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ତୀବ୍ରତର କରିବେ ବୋଲି ଯୁକ୍ତି ବାଢିଛନ୍ତି। ଏମାନଙ୍କ ଜୀବନର ବିଷମ ପରିସ୍ଥିତିକୁ ମୁଖ୍ୟମନ୍ତ୍ରୀ କଣ ଶୁଣି ପାରୁନାହାଁନ୍ତି କି ବୋଲି ଅନେକ କର୍ମଚାରୀ ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି। ଆନ୍ଦୋଳନରେ କଲେଜର ହିନ୍ଦୀ ଅଧ୍ୟାପକ ରାଜେଶ ସାହୁ, ବିଜ୍ଞାନ ଅଧ୍ୟାପକ ସରୋଜ କୁମାର ପଣ୍ଡାଙ୍କ ସହ ଅନ୍ୟ କର୍ମଚାରୀବୃନ୍ଦ ଯଥା ପିଙ୍କୁ ବିଷୋୟୀ, ଜିତେନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ପଣ୍ଡା, ଗଣେଷ ବାହାଦୂର, କୃଷ୍ଣ ଚନ୍ଦ୍ର ଡାକୁଆ, ପ୍ରବୀଣ ସ୍ୱାଇଁ, ମାନସ ସ୍ୱାଇଁ, ମାନସ ରଞ୍ଜନ ଗୌଡ, ମୁନା ଗୌଡ ପ୍ରମୁଖ ଯୋଗଦେଇଥିଲେ।

Related posts

ମନ୍ଦିର ଜମି ନିଲାମ ପାଇଁ ଉଦ୍ୟମ, ପ୍ରତିଶୃତି ପରେ ଅନଶନ ସ୍ଥଗିତ

mahabharatanews

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ବୋଲବମ୍ ଧ୍ଵନିରେ ପ୍ରକମ୍ପିତ ରାଜ୍ୟ 

mahabharatanews

ଫିସିଙ୍ଗ ହାରବରରେ ଫସିଛନ୍ତି ୫୦୦ରୁ ଊଦ୍ଧ୍ୱର୍ ମତ୍ସ୍ୟଜୀବୀ

mahabharatanews