ଓଡିଶା

ଅଜଣା ଜ୍ୱର ନେଲାଣି ୧୫ ଜୀବନ

ମୁନିଗୁଡ଼ା: କରୋନାକୁ ନେଇ ସାରା ବିଶ୍ୱ ଆତଙ୍କରେ ଥିବା ବେଳେ କିନ୍ତୁ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥିତ ଟିକରପଡ଼ାରେ ଅଜଣା ଜ୍ୱରରେ ଗତ ଦୁଇ ମାସରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଆତଙ୍କ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି । ସମଗ୍ର ମୁନିଗୁଡ଼ା ଅଞ୍ଚଳରେ ଏହାକୁ ନେଇ ଭୟର ବାତାବରଣ ଦେଖାଦେଇଛି। ଟିକରପଡ଼ାରେ ଅନେକ ଲୋକ ଏବେବି ଜ୍ୱରରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଥମେ ହାତ ଗୋଡ଼ ବିନ୍ଧା ହେବା ସହ ପେଟ ବ୍ୟଥା ଓ ଭୀଷଣ ଜ୍ୱର ହେଉଥିବା ଦେଖିବାକୁ ମିଳିଛି ।

ବିଷମକଟକସ୍ଥିତ ଘରୋଇ ମେଡିକାଲରେ କେତେ ଜଣ ରୋଗୀଙ୍କ ପରୀକ୍ଷା ପରେ ଡେଙ୍ଗୁ ହୋଇଥିବା ରିପୋର୍ଟ ମିଳିଛି । ସେପଟେ ଡେଙ୍ଗୁ ରିପୋର୍ଟ ବାହାରିବା ଖବର ପାଇ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରିଛି। ଏକ ମେଡିକାଲ ଟିମ୍, ମୁନିଗୁଡ଼ା ମେଡିକାଲ ଅଫିସର, ବିଡିଓ, ତହସିଲଦାର ଟିକରପଡ଼ାରେ ପହଞ୍ଚି ଲୋକଙ୍କୁ ସଚେତନ କରୁଛନ୍ତି । ଘର ଘର ବୁଲି ପରିଷ୍କାର ପରିଚ୍ଛନ ରହିବାକୁ ଲୋକଙ୍କୁ ବୁଝାଉଛନ୍ତି ।

Related posts

 ବାଲେଶ୍ୱରକୁ ଗଡ଼ିଲା ମେମୁ ଟ୍ରେନ୍

mahabharatanews

୨୪ ଯାଏଁ ପ୍ରବଳ ଗରମ ସହ ଗୁଳୁଗୁଳି

mahabharatanews

ଶିଶୁ ସେବିକା ନିଯୁକ୍ତି ପାଇଁ ପ୍ରଦତ୍ତ ହେଲା ନିର୍ଦ୍ଦେଶନାମା 

mahabharatanews