ଓଡିଶା

ଗୌରୀ ଆମ୍ମା ପୂଜା ସକାଶେ ଗୌରୀ ଆମ୍ମା ମୂର୍ତ୍ତି ବିକ୍ରି

କୁମାର ପୂର୍ଣ୍ଣିମା ଓ ଗୌରୀ ଆମ୍ମା। ପୂଜା ସକାଶେ ପାରଳାଖେମୁଣ୍ଡି ସହର ଚଳଚଞ୍ଚଳ ହୋଇ ଉଠିଛି।ଶରତ ପୂର୍ଣ୍ଣିମା ଦିନ ଠାରୁ ଗୌରୀ ଆମ୍ମାଙ୍କ ପୂଜା ଆରମ୍ଭ ହୁଏ।ତେଣୁ ମାଟି ମୂର୍ତ୍ତି କାରିଗର ମାନେ ମୂର୍ତ୍ତି ତିଆରି କରି ବିକ୍ରି କରିବାରେ ବ୍ୟସ୍ତ ଅଛନ୍ତି।ଗୋଟିଏ ମାସ ପୂର୍ବରୁ କାରିଗର ମାନେ ମାଟି ସୁତୁଲୀ, ନଡ଼ା, ବାଉଁଶ ଅଠା, ରଙ୍ଗ ଜରି, ତୁଳୀ ପ୍ରଭୃତି ସାମଗ୍ରୀ ସଂଗ୍ରହ କରି ମୂର୍ତ୍ତି ଗଢିବା ଆରମ୍ଭ କରିଥାନ୍ତି।ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କଟିକିଆ ସାହି  ଓ  ଚିତ୍ରକାର ସାହିରେ ମାଟି ମୂର୍ତ୍ତି କାରିଗରମାନେ ମୂର୍ତ୍ତି ଗଢି ବିକ୍ରି କରିବାରେ ବ୍ୟସ୍ତ  ଅଛନ୍ତି।କାରିଗରମାନେ  ତୁଳୀରେ ମୂର୍ତ୍ତିକୁ  ଶେଷ ସ୍ପର୍ଷ ଦେଇ ମୂର୍ତ୍ତି ବିକ୍ରି କରୁଛନ୍ତି।

ମାଟି ମୂର୍ତ୍ତି ଅତି ସୁନ୍ଦର ନିଖୁଣରେ ନିର୍ମିତ ହୋଇଛି।ମୂର୍ତ୍ତି କିଣିବା ସକାଶେ ଉଭୟ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଗ୍ରାମ ଓ ପାରଳାଖେମୁଣ୍ଡି ସହର ସମେତ ଆଖପାଖ ବିଭିନ୍ନ ଅଞ୍ଚଳର ଲୋକେ ଗୌରୀ ଆମ୍ମା ମୂର୍ତ୍ତି କିଣିଥାନ୍ତି।ବୃଷଭ ଉପରେ ହର ଗୌରୀ ବସିଥିବାର ମୂର୍ତ୍ତି କିଣିଥାନ୍ତି।ମାଟିମୂର୍ତ୍ତି କାରିଗର ମାନେ ଦୁଇ ପଇସା ରୋଜଗାର ହେବ ବୋଲି ଆଶା ରଖିଛନ୍ତି।

Related posts

 ବିଲରେ ମରି ପଡିଛନ୍ତି ବିଦେଶାଗତ ପକ୍ଷୀ: ବାର୍ଡ ଫ୍ଲୁ ଆଶଙ୍କା 

mahabharatanews

ନୟାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ମନ୍ଦିରର ରୂପାନ୍ତରିକରଣ

mahabharatanews

ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ

mahabharatanews