ଓଡିଶା

ପକ୍ଷାଘାତ ରୋଗୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି, ବାଧକ

(ଜଳେଶ୍ଵର/ଅଜିତ ସାହୁ): ପକ୍ଷାଘାତ ରୋଗୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ପକ୍ଷାଘାତ ରୋଗୀ ଶମ୍ବୁନାଥ ଧଳ।
ସୂଚନା ଅନୁଯାୟୀ ବସ୍ତା ବ୍ଲକ ମଥାନି ପଂଚାୟତ ପଣ୍ଡରୁଙ୍ଗି ଗ୍ରାମର ଶମ୍ବମୁନାଥ ଧଳ ଜଣେ ଦିନ ମଜୁରିଆ । କୋରୋନା କଟକଣା ଯୋଗୁଁ କାମ ନପାଇ କିପରି ପରିବାର ପ୍ରତିପୋଷଣ କରିବେ ଅନେକ ସମୟରେ ଚିନ୍ତା ଗ୍ରସ୍ତ ରହୁଥିଲେ। ଗତ ଶନିବାର ହଠାତ ସେ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କ ଅବସ୍ଥା ଅଧିକ ସଂକଟା ପନ୍ନ ହେବାରୁ କଟକ ମେଡିକାଲକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ପରିବାରର ଆର୍ଥିକ ପରିସ୍ଥିତି ସ୍ଵଚ୍ଛଳ ନଥିବାରୁ କଟକ ନେବା ପରିବର୍ତ୍ତେ ଶମ୍ବୁନାଥଙ୍କୁ ଘରକୁ ନେଇ ଆସିଥିଲେ ପରିବାର ଲୋକ। ଅନ୍ୟପଟେ ଶମ୍ବୁନାଥଙ୍କର ସ୍ତ୍ରୀ ଓ ଦୁଇଜଣ ଛୋଟ ପୁଅ ଥିଲେ ବି ସେମାନେ କୋରନା କଟକଣା ବେଳେ ଓଳିଏ ଖାଇଲେ ଓଳିଏ ଉପବାସ ରହୁଛନ୍ତି । ସେମାନଙ୍କ ପକ୍ଷରେ ଚିକିତ୍ସା ପାଇଁ ବ୍ୟବସ୍ଥା କରିବା ସମ୍ବବ ନୁହଁ। ତେବେ ରାଜ୍ୟସରକାର କି ଜିଲ୍ଲା ପ୍ରଶାସନ ସହିତ ସରକାରୀ, ବେସରକାରୀ ସଂଘଠନକୁ ସହାୟତାର ହାତ ବଢ଼ାଇବା ପାଇଁ ପରିବାର ଓ ଅଞ୍ଚଳବାସୀ ନିବେଦନ କରିଛନ୍ତି।

Related posts

ସିଇଓଙ୍କ ନିକଟରେ ଫେରାଦ ଦେଲା ବିଜେଡ଼ି

mahabharatanews

ଏପ୍ରିଲ ୨୦ ଓ ୨୧ରେ ହେବ Skill Conclave

mahabharatanews

ଆଦିବାସୀ ବସ୍ତିରେ ନୂଆବର୍ଷ,ଶୀତବସ୍ତ୍ର ବାଣ୍ଟିଲେ ସମାଜସେବୀ

mahabharatanews