Uncategorized

ପୂର୍ବତନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ୫ ଜଣଙ୍କ ମୃତଦେହ ଉଦ୍ଧାର

ଲକ୍ଷୌ୍ନ: ଉତ୍ତରପ୍ରଦେଶର ଏଟା ଜିଲ୍ଲା ଅନ୍ତର୍ଗତ ଶୃଙ୍ଗାର ନଗରର ଏକ ଘରୁ ଶନିବାର ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ମୃତକ ହେଉଛନ୍ତି ଜଣେ ପୂର୍ବତନ ସ୍ୱାସ୍ଥ୍ୟ ଅଧିକାରୀ ଓ ତାଙ୍କ ପରିବାରର ୪ ଜଣ ଅନ୍ୟ ସଦସ୍ୟ । ପୁଲିସ ସାଇଣ୍ଟିଫିକ୍ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଏଟା ଜିଲ୍ଲାର ଶୃଙ୍ଗାର ନଗରରେ ଜଣେ ପୂର୍ବତନ ସ୍ୱାସ୍ଥ୍ୟ ଅଧିକାରୀ ରାଜେଶ୍ୱର ପ୍ରସାଦ ପଚୌରୀଙ୍କ ପରିବାର ରୁହନ୍ତି । ତାଙ୍କ ପୁଅ ଉତ୍ତରାଖଣ୍ଡରେ କାମ କରୁଥିବାରୁ ସେ ଏକା ସେଠାରେ ରହୁଥିବା ବେଳେ ବୋହୂ, ଓ ଦୁଇ ନାବାଳକ ନାତି ତାଙ୍କ ପାଖରେ ରହିଆସୁଥିଲେ । କିଛି ଦିନ ହେବ ବୋହୂ ଦିବ୍ୟାଙ୍କ ଭଉଣୀ ବୁଲବୁଲ ସେଠାକୁ ଆସିଥିଲେ । ତେବେ ଆଜି ସକାଳୁ କ୍ଷୀର ବାଲା ଯେତେବେଳେ କ୍ଷୀର ଦେବାକୁ ଯାଇଥିଲା, ବାରମ୍ବାର ଦୀର୍ଘ ସମୟ ଧରି କଲିଂ ବେଲ ଦେଇଥିଲେ ମଧ୍ୟ କେହି ଆସିନଥିଲେ । ଏହାକୁ ନେଇ କ୍ଷୀରବାଲାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା ଓ ସେ ଘରଭିତରକୁ ଯାଇଥିଲେ । ଘର ଭିତରେ ସେ ୫ ଜଣଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଏହା ପରେ କ୍ଷୀରବାଲା ପାଖ ପଡିସା ଲୋକାଙ୍କୁ ଜଣାଇଥିଲେ । ପୁଲିସ ଖବର ପାଇ ସେଠାରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସେଠାରୁ ବ୍ଲେଡ ଓ ସଲଫସ ବଟିକା ପାଇଛି । ଏହା ଏକ ହତ୍ୟା ନା ସାମୂହିକ ଆତ୍ମହତ୍ୟା ତାହାକୁ ନେଇ ପୁଲିସ ତଦନ୍ତ କରୁଥିବା ଏସଏସପି ସୁନିଲ କୁମାର ସିଂହ କହିଛନ୍ତି ।

Related posts

 ଆଜି ଆସିବ ଦ୍ୱିତୀୟ ବୋଇଂ ଏୟାରକ୍ରାଫ୍ଟ

mahabharatanews

କିମ୍‌ଙ୍କ ଚିକିତ୍ସା ପାଇଁ ଚୀନ ପଠାଇଲା ବିଶେଷଜ୍ଞ ଦଳ

mahabharatanews

ଆସୁଛି ଆଉ ଏକ ବାତ୍ୟା ‘ଫେଲିସିଆ’

mahabharatanews