Uncategorized

ଅବନ୍ତୀପୁରାରେ ଏନକାଉଣ୍ଟର: ୩ ଆତଙ୍କୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଫୁଲୱାମା ଜିଲ୍ଲାରେ ଯବାନଙ୍କୁ ମିଳିଛି ଏକ ସଫଳତା । ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଆତଙ୍କୀଙ୍କ ସହ ସେମାନଙ୍କ ଜଣେ ସହଯୋଗୀଙ୍କ ମୃତ୍ୟୁ ହୋଇଛି । ଶନିବାର ପ୍ରତ୍ୟୁଷରୁ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଜଣେ ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ, ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା କି ଦକ୍ଷିଣ କାଶ୍ମୀରର ଅବନ୍ତୀପୁରା ଅନ୍ତର୍ଗତ ଗୋରୀପୁରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଛନ୍ତି । ଏହା ପରେ ଶନିବାର ଭୋର ସମୟରେ ପୁଲିସ ଏବଂ ଯବାନଙ୍କ ଏକ ମିଳିତ ଟିମ୍ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା । ଉକ୍ତ ଅଞ୍ଚଳକୁ ସୁରକ୍ଷାକର୍ମୀମାନେ ସିଲ୍ କରିଦେଇଥିଲେ ।
ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଦ୍ୱାରା •ରିପଟୁ ଘେରି ହୋଇଯାଇଥିବା ଦେଖି ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଏହା ପରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା । ଗୁଳିବିନିମୟରେ ୨ ଆତଙ୍କୀ ଓ ଜଣେ ସହଯୋଗୀ ପ୍ରାଣହରାଇଛନ୍ତି । ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଥିବା ସୂଚନା ମିଳିଛି ।

Related posts

ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋଙ୍କ ଇସ୍ତଫା ପରେ ସୁଗା ହେବେ ନୂଆ ପ୍ରଧାନମନ୍ତ୍ରୀ

mahabharatanews

ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ ସେଜଲ

mahabharatanews

କୋଲକାତା ମେଟ୍ରୋ କରିଡର ଉଦଘାଟନ ପାଇଁ ମମତାଙ୍କୁ ନିମନ୍ତ୍ରଣ ନାହିଁ

mahabharatanews