(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): କରୋନା ମହାମାରୀ ପାଇଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା କେନ୍ଦୁପତ୍ର ଗୋଦାମ ରେ କାମ କରିବାକୁ ଆସୁଥିବା ବାହର ରାଜ୍ୟର ଶ୍ରମିକ ମାନଙ୍କୁ ଲକଡାଉନ ସମୟରେ ବାରଣ କରିଛନ୍ତି ଗ୍ରାମବାସୀ । ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଗୌଡଗୁଡା ପଚାଂୟତ ଏମଭି୧୦ରେ ଥିବା କେନ୍ଦୁପତ୍ର ଗୋଦାମରେ । ସାଧାରଣତ ଆନ୍ଧ୍ରପ୍ରଦେଶ,ତେଲେଙ୍ଗନା, ଛତିଶଗଡ ଓ ମହାରଷ୍ଟ୍ର ବାହାର ରାଜ୍ୟରୁ ଶତାଧିକ ଶ୍ରମିକ ମାନେ ଆସି କେନ୍ଦୁ ପତ୍ର ଗୋଦାମ ରେ ପତ୍ର ଶୁଖାଇବା, କରିଗୁଡିକ ବିଡା ବାନ୍ଧିବା, ବ୍ୟାଗିଙ୍ଗ କରବା ଆଦି ଟେକନିକାଲ କାମକରିଥାନ୍ତି । ଏବେ କରୋନାରେ ଦେଶ ବିଦେଶରେ ସଂକ୍ରମଣ ହୋଇ ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ହେବା ସହ ଲକ୍ଷାଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବାର ଖବର ପାଇ ଏମଭି୧୦ ଗ୍ରାମରେ ଖୋଲା ଯାଇଥିବା କେନ୍ଦୁପତ୍ର ଗୋଦାମର ମୁନିସ ଓ ଗ୍ରାମବାସୀ ମାନେ ସେମାନଙ୍କ ଗୋଦାମକୁ ବାହାର ରାଜ୍ୟର ଶ୍ରମିକ ମାନଙ୍କୁ ଆସିବାକୁ ମନା କରିଛନ୍ତି । ଏହି ଗୋଦାମରେ ଥିବା ମୁନିସ ରମେନ ଢାଲି ଓ ତାଙ୍କର ସାଙ୍ଗ ସୁବ୍ରତ ମଣ୍ଡଳ ନିଜ ଗାଁର କିଛି ଯୁବକ ଓ ଶ୍ରମିକ ମାନେ ମୁହଁରେ ଗାମୁଛା ବାନ୍ଧି,ମାସ୍କ ଲଗାଇ ସାମାଜିକ ଦୂରତା ରକ୍ଷାକରି କେନ୍ଦୁପତ୍ର ଶୁଖାଇବା ,କେରି କରିବା,ବ୍ୟଗିଙ୍ଗି କରିବା ଆଦି କାମକରୁଛନ୍ତି । ୪୨ଟି ପତ୍ରରେ ଗୋଟିଏ କେରି ହେଉଛି, କେନ୍ଦୁପତ୍ର ତୋଳାଳି ମାନଙ୍କ ଠାରୁ ୧୦୦କେରି କୁ ୨୦୦ଟଙ୍କାରେ ଗୋଦାମ ରେ କ୍ରୟକରାଯାଏ,୧୦୦କେରି କୁ ଖରାରେ ଶୁଖାଇବା, ଓଲଟ ପାଲଟ କରିବା ପାଇଁ ଶ୍ରମିକ ମାନଙ୍କୁ ୩ଟଙ୍କା ଲେଖା ପ୍ରପ୍ୟ ଦିଆଯାଇଥାଏ । ଏମଭି୧୦ ଗୋଦାମ ରେ ୫୯ଜଣ କେନ୍ଦୁପତ୍ର ତୋଳାଳି ପତ୍ର ବିକ୍ରି କରିଥାନ୍ତି,ଏହି ଗୋଦାମରେ ୨ଲକ୍ଷ ଟାର୍ଗେଟ ଥିବା ବେଳେ ୯ଦିନ ମଧ୍ୟରେ ଏହି ଗୋଦାମରେ ୯୫ ହଜାର କେରି ସଂଗ୍ରହ ହୋଇ ସାରିଛି ବୋଲି ମୁନିସ ରମେନ ଢାଲି କହିଛନ୍ତି । ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ଅଚଂଳରେ ପ୍ରଚୁର ପରିମାଣର ଉନ୍ନତମାନର କେନ୍ଦୁପତ୍ର ହୋଇଥିବାରୁ ବେସ ଦୁଇ ପଇସା ରୋଗଗାର କିରିବାର ଆଶା ରଖିଥିଲେ କେନ୍ଦୁପତ୍ର ତୋଳାଳି,ଭୟାବହ କରୋନା ଭାଇରସ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଦେଲା,ତାଲାବନ୍ଦ ଘୋଷଣା ହୋଇ ଯାଇଥିବାରୁ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ତୋଳାଳି ମାନେ ଭୟରେ ଯାଇପାରୁ ନହାଁନ୍ତି । ଏହି କେନ୍ଦୁପତ୍ର ତୋଳା ସାଧରଣତ ମାର୍ଚ୍ଚମାସ ଶେଷରୁ ଆରମ୍ଭରୁ ହୋଇ ମଇ ମେ ମାସ ପର୍ୟ୍ୟନ୍ତ ଚାଲେ । କେନ୍ଦୁପତ୍ର ତୋଳାଳିମାନେ ନିଜ ପିଲାଛୁଆ ଧରି ସକାଳୁ ଧାଡି ହୋଇ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥାନ୍ତି ।ଖରାବେଳେ ପତ୍ରତୋଳା ସାରି ସେମାନେ ଗୋଦାମ ରେ ପତ୍ର ବିକ୍ରିକରି ସେଇ ପଇସାରେ ନିଜ ପରିବାର ପ୍ରତି ପୋଷଣ କରିଥାନ୍ତି । ଗତ କିଛି ଦିନତଳେ ଜିଲ୍ଲାପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ରକ୍ଷାକରି ପତ୍ର ତୋଳିବା ପାଇଁ କେନ୍ଦୁପତ୍ର ତୋଳାଳିଙ୍କୁ ପରାମର୍ଶ ଦେବାପରେ କିଛି ଗ୍ରାମବାସୀ ପେଟ ପାଟଣା ପାଇଁ ଜଙ୍ଗଲକୁ ଯାଇ ପତ୍ର ତୋଳା ଆରମ୍ଭ କରିଛନ୍ତି । ମାଲକାନଗିରି ଜିଲ୍ଲାର ମାଥିଲି, ମାଲକାନଗିରି, କାଲିମେଳା, ପଡିଆ, କୋରକୁଣ୍ଡା ବ୍ଲକର ୮୨ଟି ପଚାଂୟତର ୩୭୩ଟି ସ୍ଥାନରେ କେନ୍ଦୁପତ୍ର ଗୋଦାମରେ ପ୍ରାୟ୪୫ହଜାର ତୋଳାଳିଙ୍କ ମାଧ୍ୟମରେ ପ୍ରାୟ ୮୫୦୦୦ ଷ୍ଟାଣ୍ଡାର୍ଡ ବ୍ୟାଗ କେନ୍ଦୁପତ୍ର କ୍ରୟପାଇଁ ବିଭାଗ ପକ୍ଷରୁ ନିସ୍ପତି ନିଆଯାଇଛି । ଲକ ଡାଉନ ପାଇଁ ଚଳିତ ବର୍ଷ କେନ୍ଦୁପତ୍ର ଟାର୍ଗେଟ ପୁରଣ ସମ୍ଭବ ହେବ ନାହିଁ,କାଁ ଭାଁ ଗରିବ ଲୋକେ ସାମାଜିକ ଦୂରତା ନିୟମକୁ ମାନି ପତ୍ର ତୋଳୁଛନ୍ତି ।
previous post