ଓଡିଶା

ଲାକଡାଉନ ପରେ ହେବ ପରୀକ୍ଷା

(ଭୁବନେଶ୍ୱର ): ଲକ୍ଡାଉନ୍ ସରିବା ପରେ ରାଜ୍ୟରେ ହେବ ପରୀକ୍ଷା । ଏହି ପରୀକ୍ଷାକୁ ଛାତ୍ରଛାତ୍ରୀମାନେ ସାମାଜିକ ଦୂରତା ବଜାୟ ରଖି ଦେବେ । ସେପଟେ କିଛି କଲେଜକୁ କ୍ବାରେଣ୍ଟାଇନ ସେଣ୍ଟର କରିବାକୁ କୁହାଯାଇଥିବାରୁ ଏହାକୁ ଭିତ୍ତି କରି ପରୀକ୍ଷା ସେଣ୍ଟର ଚୟନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ସେପଟେ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ଲକ୍ଡାଉନ୍ ପରେ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ପରୀକ୍ଷାର ୧୦ ଦିନ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦିଆଯିବ । ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏନେଇ ଚିନ୍ତିତ ହୁଅନ୍ତୁ ନାହିଁ ବୋଲି କୁହାଯାଇଛି ।

Related posts

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ

mahabharatanews

ଠିକାଦାରଙ୍କ ମନମାନିକୁ ବିରୋଧ, ଉଦ୍ୟାନ ବିଭାଗ ଶ୍ରମିକଙ୍କ ବିକ୍ଷୋଭ

mahabharatanews

ରାଜ୍ୟରେ 18 ମାସରେ ମହିଳାଙ୍କ ବିରୁଦ୍ଧରେ ଘଟିଥିବା ହିଂସା ଜନିତ ମାମଲା 48 ହଜାର 789

mahabharatanews