ଓଡିଶା

ପ୍ରବାସୀ ଓଡିଆଙ୍କ ଫେରିବା ପାଇଁ ଏକ ଜରୁରୀ ପ୍ରସ୍ତୁତି ବୈଠକ

(ଭଦ୍ରକ ): ଭଦ୍ରକ ଜିଲ୍ଲାରେ ପ୍ରବାସୀ ଓଡିଆଙ୍କ ଫେରିବା ପାଇଁ ଏକ ଜରୁରୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୭ ଟି ବ୍ଲକ ଅନ୍ତର୍ଗତ ୨୧୮ ଟି ପଞ୍ଚାୟତରୁ ୩୦,୩୫୬ ଜଣ ପ୍ରବାସୀ ଓଡିଆଙ୍କ ଫେରିବା ପାଇଁ ରେଜିଷ୍ଟ୍ରେସନ କରି ଥିବାବେଳେ ଜିଲ୍ଲାର ୨ ଟି ମୁନିସିପାଲିଟି ଓ ୨ ଟି ଏନଏସି ଅନ୍ତର୍ଗତ ୭୯ ଟି ୱାର୍ଡ଼ରୁ ୧୭୭୪ ଜଣ ପ୍ରବାସୀ ଓଡିଆ ଫେରିବା ପାଇଁ ରେଜିଷ୍ଟ୍ରେସନ କରିଥିବା ଜଣାପଡ଼ିଛି। ତେବେ ଅଦ୍ୟାବଧି ମୋଟ ୩୨,୧୩୦ ଜଣ ପ୍ରବାସୀ ଓଡିଆ ଭଦ୍ରକ ଜିଲ୍ଲାକୁ ଫେରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଥିବା ଜଣାପଡ଼ିଛି। ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ। ଏନେଇ ପ୍ରଶାସନ ପକ୍ଷରୁ ପାଞ୍ଚ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକ, ମୁନିସିପାଲିଟି ଓ ଏନଏସି ଦାୟିତ୍ବ ପ୍ରଦାନ କରାଯାଇଛି ।

Related posts

ରାଜ୍ୟରେ ଗତ ଏକ ଦିନରେ ୧୩୮୯ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ପାର୍

mahabharatanews

ଗାମ୍ବିଆ ଡେଥ୍ ଟ୍ରାଜେଡି ପରେ ହୁ ର କଡା ନିର୍ଦ୍ଦେଶ

mahabharatanews