ଓଡିଶା

ବୋମାମାଡ଼ ଘଟଣାରେ ୫ ଜଣ ଗିରଫ

(ଜୟନ୍ତ କୁମାର ସେଠି ) : ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ୟ୍ୟମନ୍ଦିର ନିକଟସ୍ଥ ଅଞ୍ଚଳରେ ଜଣେ ସାମ୍ବାଦିକ ଙ୍କ ଘର ଉପରେ ବୋମାମାଡ଼ ଘଟଣା ରେ ୫ ଜଣଙ୍କୁ ପୋଲିସ ଗିରଫ କରିଛି। ତେବେ ଗିରଫ ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି କୋଣାର୍କ ଥାନା ଅଚ୍ୟୁତପୁର ପଂଚାୟତ ର ସରପଞ୍ଚ ଭକ୍ତବଲ୍ଲବ ଦାସ। ପୋଲିସ ର ସୂଚନା ଅନୁଯାୟୀ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ଘଟଣା ଘଟିଥିଲା। ତେବେ ଘଟଣା ର ତଦନ୍ତ କୋଣାର୍କ ପୋଲିସ କରି ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଛି। ଗତ ୨୩ ତାରିଖ ରାତିରେ କୋଣାର୍କ ଥାନା କରମଙ୍ଗା ଗ୍ରାମରେ ରହୁଥିବା ସାମ୍ବାଦିକ ସଂଜୟ ପତିଙ୍କ ଘର ଉପରେ ମଧ୍ୟ ରାତ୍ରି ରେ ୩ ଜଣ ଯୁବକ ବାଇକ ରେ ଆସି ବୋମାମାଡ଼ କରି ଫେରାର ହୋଇ ଯାଇ ଥିଲେ। ଏପରିକି ଉକ୍ତ ଅଭିଯୁକ୍ତ ତିନି ଜଣ ରାସ୍ତା ରେ ପୋଲିସ ପାଟ୍ରୋଲିଂ ଟିମ ଆଗରେ ପଡ଼ିଥିଲେ ମଧ୍ୟ ପୋଲିସ କର୍ମଚାରୀ ଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଫେରାର ହୋଇ ଯାଇ ଥିଲେ। ତେବେ ଘଟଣାର ପୋଲିସ ତଦନ୍ତ କରି ମୂଖ୍ୟ ଅଭିଯୁକ୍ତ ଅଚ୍ୟୁତପୁର ର ସରପଞ୍ଚ ଭକ୍ତ ବଲ୍ଲବ ଦାସ ଙ୍କ ସମେତ ତାଙ୍କ ସହଯୋଗୀ ଧିରଜ ସ୍ୱାଇଁ , କୈଳାସ ପ୍ରଧାନ , ବାଦଲ ନାୟକ ଏବଂ ଦିଲିପ ନାୟକ ଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଙ୍କ ନିକଟରୁ ଏକ ବନ୍ଧୁକ , ତିନି ରାଉଣ୍ଡ ଗୁଳି ଓ ଏକ ବାଇକ ମଧ୍ୟ ଜବତ କରିଛି ପୋଲିସ।

Related posts

ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

mahabharatanews

ଗଣିଆରେ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ପାଳିତ

mahabharatanews

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ବଡ ଝଟକା

mahabharatanews