ଓଡିଶା

ଦଳିତ ବିକାଶ ପରିଷଦ ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳନ

ଜଗତସିଂହପୁର ସଦର ମହକୁମାରେ ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ଭାରତ ରତ୍ନ ଡ. ବି. ଆର. ଆମ୍ବେଦକରଙ୍କ ୧୩୫ ତମ ଜନ୍ମଜୟନ୍ତୀ ଉତ୍ସାହ ଉଦ୍ଦୀପନା ସହ ପାଳନ କରାଯାଇଛି। ଏହି ଅବସରରେ ଦଳିତ ବିକାଶ ପରିଷଦ ସଭାପତି ଶଙ୍କର ଦାସଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ସିପି ଛକଠାରୁ ଆରମ୍ବ ହୋଇ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ନିକଟକୁ ଆସିଥିଲା ।

ପରେ ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ଅନୁଷ୍ଠିତ ସଭାରେ ଡ଼ଃ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଦଳିତ ସମାଜର ଉତ୍‌ଥାନ, ସାମାଜିକ ନ୍ୟାୟ ଏବଂ ଆମ୍ବେଦକରଙ୍କ ଶିକ୍ଷା ଓ ଆଦର୍ଶକୁ ଅନୁସରଣ କରିବାକୁ ଦଳିତ ନେତା ଶଙ୍କର ଦାସ ଆହ୍ଵାନ ଦେଇଥିଲେ। ଏହି ସମାରୋହରେ ସମ୍ନାନିତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଓ ଅନେକ ବିଶିଷ୍ଟ ବ୍ୟକ୍ତି , ସ୍ଥାନୀୟ ଲୋକମାନେ ଯୋଗ ଦେଇଥିଲେ।

Related posts

+୩ ନାମଲେଖା ବିଜ୍ଞପ୍ତି: ଅଗଷ୍ଟ ୨୦ ତାରିଖରୁ ଆବେଦନ

mahabharatanews

ଝୁଲନ୍ତା ଅବସ୍ତାରେ ଉଦ୍ଧାର ହେଲା ଏପିଆର କନେଷ୍ଟବଳଙ୍କ ମୃତ ଦେହ

mahabharatanews

ତଦନ୍ତ ପାଇଁ ଯାଇଥିବା ଉପଜିଲ୍ଲାପାଳଙ୍କ ଗାଡିକୁ ଅଟକ

mahabharatanews