ଓଡିଶା

ବୋଲଗଡ ବ୍ଲକର ପଞ୍ଚାୟତ ସ୍ତରୀୟ ସଂଘର ମହିଳା ମାନଙ୍କ ତରଫରୁ ମାଗଣାରେ ମାକ୍ସ ବଣ୍ଟନ

(ସୁରେଶ କୁମାର ସାମନ୍ତରାୟ ) : ସାରା ରାଜ୍ୟରେ ବର୍ତ୍ତମାନ ଆତଙ୍କ ଖେଳାଇ ଚାଲିଛି କରୋନା ମହାମାରୀ । ଏହାକୁ ରୋକିବାପାଇଁ ଅହରହ ଉଦ୍ୟମ ଚଳାଇଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାର । ଆଉ ଏବେ ସମସ୍ତେ ମାକ୍ସ ପିନ୍ଧିବାପାଇଁ ବାଧ୍ୟତା ମୂଳକ କରିଛନ୍ତି ରାଜ୍ୟ ସରକାର । ସାଧାରଣ ଲୋକମାନଙ୍କୁ ମାଗଣାରେ ,ନିଜସ୍ଵ ଖର୍ଚ ଆଉ ନିଜେ ତିଆରିକରି ମାକ୍ସ ଦେବାପାଇଁ ଅଗେଇଆସିଛନ୍ତି ବୋଲଗଡ ବ୍ଲକର ବାଙ୍କୋଇ ପଞ୍ଚାୟତ ସ୍ତରୀୟ ସଂଘର ମହିଳାମାନେ ।ଆଜି ମଧ୍ୟାହ୍ନରେ ବୋଲଗଡ ବ୍ଲକ ଉନ୍ନୟନ ଅଧିକାରୀ ିଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ରଲିଫ୍ ପାଣ୍ଠିକୁ ୨୦ହଜାର ୨୦ଟଙ୍କାର ଏକ ଚେକ୍ ପ୍ରଦାନ କରିବା ସହିତ ୧ହଜାର ମାସ୍କ ସାଧାରଣରେ ବାଣ୍ଟିବା ପାଇଁ ପ୍ରଦାନ କରିଛନ୍ତି । ମହିଳା ସଂଘର ସଭାନେତ୍ରୀ ସରୋଜିନୀ ପରିଡା ,ସମ୍ପାଦିକା ଲକ୍ଷ୍ମୀପ୍ରିୟା ଉତ୍ତର କବାଟ ଏବଂ ଏମ୍ବିକେ ସୋନାଲି ଗୁମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews

ମନୁଷ୍ୟକୃତ ଘାଇକୁ ନେଇ ଧର୍ମଶାଳା ବିଧାୟକଙ୍କୁ ଲୋକାୟୁକ୍ତ ନୋଟିସ

mahabharatanews

କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ଅନୁମୋଦିତ ଟଙ୍କା ହରିଲୁଟ ଅଭିଯୋଗ

mahabharatanews