(କଣିହାଁ/ଜ୍ୟୋତିରଂଜନ ଧର): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଡେରେଙ୍ଗ ପାଉଁଶ ପୋଖରୀରୁ ପ୍ରତିଦିନ କଣିହାଁ ପଂଚାୟତ ରାସ୍ତାଦେଇ ୨୪ଘଣ୍ଟିଆ ଚଳାଚଳ କରିଥାଏ ଶତାଧିକ ପାଉଁଶ ବୋଝେଇ ଭାରିଯାନ । ଯାହକି ଏବେ ପଞ୍ଚାୟତବାସୀଙ୍କ ପାଇଁ ମୁଣ୍ଡ ବଥାର କାରର ପାଲଟିଛି । ଗ୍ରାମବାସୀଙ୍କ ବାରମ୍ବାର ତାଗିଦ ସତ୍ୱେ ବି ଏହି ଅମାନିଆ ଚାଳକମାନେ ଦୃତ ଗତିରେ ଗାଡି ଚଲାଇବା ସହ ପାଉଁଶ ବୋଝେଇ ଡାଲା ଗୁଡିକ ଘୋଡାଉ ନାହାନ୍ତି । ଯାହାକି ଏହି ଗାଡି ଯିବ ସମୟରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମ୍ୁଖିନ ହେଉଛନ୍ତି । ଅପରପକ୍ଷେ କଣିହାଁ ବାସୀଙ୍କୁ ବୃହତର ସ୍ୱାର୍ଥକୁ ଦେଖି ରାତି ୧୦ଟାରୁ ଭୋର ୪ଟା ପର୍ଯ୍ୟନ୍ତ ପାଉଁଶ ଟ୍ରକ ଯାଆସ କରିବା କଥା କିନ୍ତୁ ଏହି ନିୟମ ଏଠାରେ କେହି ମାନନଥିବା ଅଭିଯୋଗ ହେୁଛି । ଯାହାଫଳରେ ଘରୋଇ ଟ୍ରକ ମହାଲିକ ଓ ଗ୍ରମାବାସୀ ମୁହାଁମୁହିଁ ହୋଇଛନ୍ତି । ଏନେଇ ଗ୍ରାମବାସୀମାନେ କଣିହାଁ ଥାନରେ ଅଭିଯୋଗ କରିଥିଲେ । କିନ୍ତୁ ସେଠାରେ ଥିବା ଜଣେ ପୁଲିସ ଏସଆଇ ଅଭିଯୋଗ ନ ରଖି ଓଲଟା ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଇଥିଲେ । ଏହାକୁ ଶତାଧିକ ଗ୍ରାମବାସୀ ବିରୋଧ କରି ଅସୋନ୍ତଷ ପ୍ରକାଶ କରିଛନ୍ତି । ଏବଂ ଆସନ୍ତା ତିନି ଦିନ ଭିତରେ ଗ୍ରାମବାସୀଙ୍କ ଦାବୀ ପୂରଣ ନ ହେଷଳ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମ୍ୟ କମିଟି ସଭାପତି ଚନ୍ଦ୍ରମଣି ନାୟକ ସୂଚନା ଦେଇଛନ୍ତି ।
previous post