(ବଲାଙ୍ଗୀର / ମଧୂସୁଦନ ବହିଦାର ): ରାଜ୍ୟରେ ଆଉ ଗୋଟିଏ ନୂତନ ଜିଲ୍ଲାକୁ ଛୁଇଁଲା କରୋନା । ବଲାଙ୍ଗୀରରେ ଆଜି ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ଓ ରୁସୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ “ଲେଖାରିଆ” ଗ୍ରାମରୁ ଏହି ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫ରେ ପହଞ୍ଚିଛି । ଦୁଇ ଆକ୍ରାନ୍ତ ପୁରୁଷ ଏବଂ ତାଙ୍କ ବୟସ ଯଥାକ୍ରମେ ୨୨ ଏବଂ ୧୮ବର୍ଷ ହୋଇଥିବା ବେଳେ ଉଭୟେ ତାମିଲନାଡୁ ରୁ ମାର୍ଚ୍ଚ ୧୭ ତାରିଖରେ ଫେରିଥଲେ ଓ କ୍ଵରେଣ୍ଟଟାଇନ ରେ ମଧ୍ୟ ଥାଇ ଏପ୍ରିଲ ୨୮ ତାରିଖରେ ନମୁନା ପରୀକ୍ଷା ପାଇଁ ପଠା ଯାଇ ଆଜି ତାଙ୍କ ପରୀକ୍ଷା ରିପୋର୍ଟରେ ପୋଜିଟିଭ ଥିବା ଜଣାପଡିଛି । ବର୍ତ୍ତମାନ ଉଭୟଙ୍କୁ ବଲାଙ୍ଗୀର ରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବଂ ଉଭୟଙ୍କ କଣ୍ଟାକ୍ଟଟ୍ରେସିଂ ଜାରିରହି ଆଗକୁ ଉକ୍ତ ଅଞ୍ଚଳକୁ କଣ୍ଡେଡ଼ମେଣ୍ଟ ଜୋନ କରାଯିବା ନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ।
previous post
