ଓଡିଶା

୨ ଟ୍ରକ ମୁହାଁମୁହିଁ ଧକ୍କା: ଦୁଇ ମୃତ, ୨ ଗୁରୁତର

(ଯାଜପୁର) : କୁଆଖିଆ ଥାନା ଅଧୀନ ୫୫ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ଶଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅ।।ହତ ହୋଇଛନ୍ତି । ଆହତମାନଙ୍କୁ ଧର୍ମଶାଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ପଠାଇ ଦିଆଯାଇଛି । ଏହି ଦୁର୍ଘଟଣା ଆଜି ଅପରାହ୍ନରେ ହୋଇଛି ।
ସୂଚନାଯୋଗ୍ୟ, କୁଆଖିଆ ଫ୍ଲାଏଓଭର ଉପରେ ଏକ କଦଳୀ ବୋଝେଇ ଟ୍ରକ ଓ ଆଇରନ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରୁ ଜରେ କଦଳୀ ବୋଝେଇ ଟ୍ରକର ହେଲପର ହେ।।ଇଥିବା ବେଳେ ଅନ୍ୟ ଜଣକ ସେହି ଟ୍ରକରେ ଟାଟା ଯାଉଥିଲେ । ଦୁର୍ଘଟଣା ପରେ ରାଜପଥ ଉପରେ ଉଭୟ ଦିଗରେ ଶହଶହ ଗାଡି ଅଟକି ରହିଥିଲା । କୁଆଖିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାର ଭିଡ ହଟାଇଥିଲା ।

Related posts

ପୋଲିସ ଗାଡି ଧକ୍କାରେ ଜଣେ ମୃତ, ମୁଖ୍ୟ ରାସ୍ତା ଅବରୋଧ

mahabharatanews

ମୁୁରବୀଙ୍କ ମୃତ୍ୟୁ ପରେ ପରିବାରର ୪ ଝିଅ ନିଖୋଜ

mahabharatanews

ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ବାତିଲ୍‌

mahabharatanews