ଵାଣିଜ୍ୟ

ଗହଳି ନିୟନ୍ତ୍ରଣ ପାଇଁ ବ୍ୟାଙ୍କର ନୂଆ ନିୟମ

(ନୂଆଦିଲ୍ଲୀ): କରୋନା ସଂକ୍ରମଣ ଉପରେ ଲଗାମ ଲଗାଇବାକୁ ବ୍ୟାଙ୍କରୁ ଟଙ୍କା ଉଠାଣରେ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ ଏକ ନୂଆ ନିୟମ ଜାରି କରିଛି । ବ୍ୟାଙ୍କ୍‌ରେ ଗହଳି କମ କରିବା ଲକ୍ଷ୍ୟରେ ଇଲେକ୍ଟ୍ରୋନିକ୍ ଟ୍ରାଞ୍ଜାକ୍‌ସନ୍ ଜରିଆରେ କାରବାର କରନ୍ତୁ ବୋଲି ‘ଆଇବିଏ’। ବ୍ୟାଙ୍କରେ ଗହଳି କମାଇବାକୁ ଗ୍ରାହକମାନଙ୍କ ଆକାଉଣ୍ଟ୍‌ ନମ୍ବର ଅନୁସାରେ ଟଙ୍କା ଉଠାଣ ତାରିଖ ଧାର୍ୟ୍ୟ କରିଛନ୍ତି।
ନୂତନ ନିୟମ ଅନୁସାରେ ଆକାଉଣ୍ଟ୍‌ ନମ୍ବରର ଶେଷ ସଂଖ୍ୟା ‘୦’ ଓ ‘୧’ ଥିବା ଗ୍ରାହକମାନେ ମେ ୪ ତାରିଖ ଦିନ ଟଙ୍କା ଉଠାଇ ପାରିବେ। ସେମିତି ଆକାଉଣ୍ଟ୍‌ ନମ୍ବରର ଶେଷ ସଂଖ୍ୟା ‘୨’ ଓ ‘୩’ ଥିବା ଗ୍ରାହକମାନେ ମେ ୫ ତାରିଖ , ‘୪’ ଓ ‘୫’ନମ୍ବର ଥିବା ଗ୍ରାହକମାନେ ମେ ୬ ତାରିଖ ଦିନ, ‘୬’ ଓ ‘୭’ ନମ୍ବର ଥିବା ଗ୍ରାହକମାନେ ମେ ୭ ତାରିଖ, କାଉଣ୍ଟ୍‌ ‘୮’ ଓ ‘୯’ ଥିବା ଗ୍ରାହକମାନେ ମେ ୮ ତାରିଖ, ଶେଷ ସଂଖ୍ୟା ‘୧୦’ ଓ ‘୧୧’ ଥିବା ଗ୍ରାହକମାନେ ମେ ୧୧ ତାରିଖ ଦିନ ଟଙ୍କା ଉଠାଇ ପାରିବେ।
ଏହି ବ୍ୟବସ୍ଥା ମେ ୧୧ ତାରିଖ ଯାଏଁ ବଳବତ୍ତର ରହିବ ବୋଲି ‘ଆଇବିଏ’ ସ୍ପଷ୍ଟ କରିଦେଇଛି। ଏହାପରେ ଆକାଉଣ୍ଟ୍ ନମ୍ବର ପାଇଁ ତାରିଖ କଟକଣା ଉଠିଯିବ। ଯେକୌଣସି ଗ୍ରାହକ ଯେକୌଣସି ଦିନ ସେମାନଙ୍କ ଆକାଉଣ୍ଟ୍‌ରୁ ଟଙ୍କା ଉଠାଇ ପାରିବେ।

Related posts

ପେଟ୍ରୋଲ ଓ ଡିଜେଲ ଦରରୁ ଜନତାଙ୍କୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି

mahabharatanews

ଓଡି଼ଶାରେ ୫ଜି ସେବା ଯୋଗାଇବେ ଜିଓ ଓ ଏୟାରଟେଲ

mahabharatanews

ଯୁଦ୍ଧ କାଳୀନ ପରିସ୍ଥିତି ମଧ୍ୟରେ ପୁଣି ନିଜ କଥାରୁ ୟୁଟର୍ଣ୍ଣ ନେଲା ଇରାନ୍ ।

mahabharatanews