ଓଡିଶାଭାରତଵାଣିଜ୍ୟ

ଓଡି଼ଶାରେ ୫ଜି ସେବା ଯୋଗାଇବେ ଜିଓ ଓ ଏୟାରଟେଲ

ଅନ୍ୟ ଟେଲିକମ କମ୍ପାନୀଙ୍କ ଅନାଗ୍ରହ

ଭୁବନେଶ୍ୱର: ୫ଜି ସ୍ପେକ୍ଟ୍ରମ୍ ନିଲାମୀ ନେଇ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ରିଲାଏନ୍ସ ଜିଓ, ଏୟାରଟେଲ, ଭୋଡାଫୋନ ଆଇଡିଆ, ଆଦାନୀ ଟେଲିକମ୍ କମ୍ପାନୀ ପ୍ରମୁଖ ସ୍ପେକ୍ଟ୍ରମ କିଣିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡି଼ଶା ଲାଗି ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ ସ୍ପେକ୍ଟ୍ରମ କିଣିଛନ୍ତି। ଭୋଡାଫୋନ-ଆଇଡିଆ ଭଳି ଅନ୍ୟ କମ୍ପାନୀମାନେ ଆଗ୍ରହ ପ୍ରକାଶ କରିନାହାଁନ୍ତି। ତେବେ ଟେଲିକମ ବିଭାଗର ସୂଚନା ମୁତାବକ ରିଲାଏନ୍ସ ଜିଓ ଓଡି଼ଶା ଲାଗି ୭ ଶହ ମେଗା ହର୍ଜ, ୧୮୦୦ ମେଗା ହର୍ଜ, ୩୩୦୦ ମେଗା ହର୍ଜ ଓ ୨୬ ଗେଗା ହର୍ଜ ବ୍ରାଣ୍ଡର ସ୍ପେକ୍ଟ୍ରମ ହାସଲ କରିଛି। ଏଥିପାଇଁ କମ୍ପାନୀକୁ ୧୫୯୦ କୋଟି ଟଙ୍କା ବ୍ୟୟ କରିବାକୁ ପଡିଛି। ୭୦୦ ମେଗା ହର୍ଜର ସ୍ପେକ୍ଟ୍ରମ ଲାଗି କମ୍ପାନୀକୁ ସର୍ବାଧିକ ୬୨୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ସେହିପରି ଭାରତୀ ଏୟାରଟେଲ ପକ୍ଷରୁ ଓଡି଼ଶା ଲାଗି ୧୮୦୦ ମେଗା ହର୍ଜ, ୩୩୦୦ ମେଗା ହର୍ଜ ଓ ୨୬ ଗେଗା ହର୍ଜ ବ୍ରାଣ୍ଡର ସ୍ପେକ୍ଟ୍ରମ ହାସଲ କରିଛି। ଏଥିଲାଗି କମ୍ପାନୀକୁ ୭୭୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ତେବେ ୭ଶହ ମେଗା ହର୍ଜ ବ୍ରାଣ୍ଡ ୫ଜି ସେବା ଲାଗି ସବୁଠୁ ପ୍ରଭାବୀ ବ୍ରାଣ୍ଡ ଭାବେ ବିବେଚନା କରାଯାଉଛି। ରିଲାଏନ୍ସ ଜିଓ ଓଡି଼ଶା ପରିପ୍ରେକ୍ଷୀରେ ୭ଶହ ମେଗା ହର୍ଜ ବ୍ରାଣ୍ଡର ସ୍ପେକ୍ଟ୍ରମ କିଣିଛି। ଏଥିରେ କମ୍ ଟାୱାର ସ୍ଥାପନ କରିବାକୁ ପଡିବ। ଗୋଟିଏ ଟାୱାରର କଭରେଜ ପ୍ରାୟ ୧୦ କିମି ପର୍ଯ୍ୟନ୍ତ ରହିଥାଏ ବୋଲି ଜଣାପଡିଛି।

Related posts

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ ବିଭ୍ରାଟ

mahabharatanews

୨୪ ଘଣ୍ଟାରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ମଜୁରୀ ସମୟରେ ଦେବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ 

mahabharatanews