ଓଡିଶା

ଅବ୍ୟବସ୍ଥା ଘେରରେ ସଂଗରୋଧ କେନ୍ଦ୍ର: ମୁହଁ ଫେରାଉଛନ୍ତି ସନ୍ଦିଗ୍ଧ

ବରୀ: ଯାଜପୁର ଜିଲ୍ଲା ବରୀ ବ୍ଲକର କଳାମାଟିଆ, ଉଦୟନାଥପୁର ଓ ବାଇଁଶିରିଆ ପଂଚାୟତରେ ୪ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ବରୀ ପ୍ରଶାସନ ତରଫରୁ ପଜିଟିଭ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରାଯାଇଥିଲା। ମାତ୍ର ସରକାରୀ ସ୍ତରରେ ରାଜ୍ୟ ତଥା ଜିଲ୍ଲା ବାହାରୁ ଆସିଥିବା ବ୍ୟକ୍ତିମାନଙ୍କୁ ଅସ୍ଥାୟୀ ସଂଗରୋଧ କେନ୍ଦ୍ରରେ ରଖାଯିବାକୁ ସରକାର ନିର୍ଦେଶ ଦେଇଥିଲେ । କିନ୍ତୁ ଗତକାଲି କଳାମାଟିଆ ପଂଚାୟତର ଆକ୍ରାନ୍ତ ନମ୍ବର ୧୫୨ଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କ ଠାରୁ ଜିଲ୍ଲା ଡାକ୍ତରୀ ଟିମ୍ ଦ୍ୱାରା କାଇପଡ଼ା କାଶୀନାଥ ମହାବିଦ୍ୟାଳୟ ଠାରେ ସ୍ୱାବ ସଂଗ୍ରହ କରାଯାଇଥିଲା। ସ୍ୱାବ ସଂଗ୍ରହ କରି ଡାକ୍ତରୀ ଟିମ ଫେରିଯିବା ପରେ ସମ୍ପୂର୍କ୍ତ ସନ୍ଦିଗ୍ଧ ବ୍ୟକ୍ତି ମାନେ ଦୀର୍ଘ ତିନି ଘଣ୍ଟା ଭୋକ ଉପାସରେ ରହିଥିଲେ ମଧ୍ୟ ସେମାନଙ୍କୁ ଖାଦ୍ୟ ଦିଆଯାଇନଥିଲା । ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଖାଦ୍ୟ ପାଇଁ ଅପେକ୍ଷା କରି ନିଜ ନିଜ ଘରକୁ ଫେରିଯାଇଥିଲେ ସନ୍ଦିଗ୍ଧମାନେ । ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ବରୀ ତହସିଲଦାର ସରୋଜକାନ୍ତ ନାୟକ ଓ ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର କଳାମାଟିଆ ଠାରେ ପହଞ୍ଚି ସେମାନଙ୍କୁ ବୁଝା ସୁଝା କରି ସଂଗରୋଧ କେନ୍ଦ୍ରରେ ରହିବାକୁ ପରାମର୍ଶ ଦେଇଥିଲେ।

କିନ୍ତୁ ଏସମ୍ପର୍କରେ ଆମ ପ୍ରତିନିଧି ଭାରପ୍ରାପ୍ତ ବିଡ଼ିଓ ଶାଶ୍ୱତ ଜେନାଙ୍କ ମତାମତ ଲୋଡିବାରୁ ସେ ଓଲଟା ଏଥିନେଇ ଗଣମାଧ୍ୟମକୁ ଏଣୁତେଣୁ କହିଥିଲେ । ଶ୍ରୀଯୁକ୍ତ ଜେନା କହିଥିଲେ, ଗଣମାଧ୍ୟମ ପ୍ରତିନିଧିମାନେ କେବଳ ବୁଲେଇ ବାଲେଇ ପ୍ରଶ୍ନ ପଚାରି ଜାଣନ୍ତି । ଏଥିସହ ସେ ଆହୁରି ଅଭିଯୋଗ ଲଗାଇଥିଲେ କି, ନକରାତ୍ମକ ମନୋଭାବ ପୋଷଣ କରୁଛନ୍ତି ଗଣମ।।ଧ୍ୟମ । ତେବେ ଶେଷରେ ତହସିଲଦାର ଓ ଥାନା ଅଧିକାରୀ ପହଂଚି ଲୋକଙ୍କୁ ବୁଝା ସୁଝା କରି ସଂଗରୋଧ କେନ୍ଦ୍ରାକୁ ଆଣି ରଖିଥିବା ସୂଚନା ମିଳିଛି।

Related posts

ଦେଶରେ ୭୪୨୪୧୭ ଜଣ କରୋନାରେ ଆକ୍ରାନ୍ତ

mahabharatanews

ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews

ପୋଖରୀରେ ବୁଡି ଗଲେ ଦୁଇ ସାଙ୍ଗ

mahabharatanews