ଓଡିଶା

କଣ୍ଟେନମେଣ୍ଟ ଜୋନକୁ ବିରୋଧ କରି ପୁଲିସକୁ ପଥର ମାଡ

ରାଉରକେଲା: କରୋନାର ଭୟାବହତାକୁ ନେଇ ସାରା ବିଶ୍ୱ ତ୍ରସ୍ତ ହୋଇପଡିଥିଲେ ମଧ୍ୟ ଆମ ଲୋକେ କିଛି ଶୁଣିବାକୁ, ବୁଝିବାକୁ ନାରାଜ । ଲୋକଙ୍କ ଜୀବନ ରକ୍ଷା ପାଇଁ ହୋଇଥିବା କଣ୍ଟେନମେଣ୍ଟକୁ ବିରୋଧ କରି ଆଜି ମୁହଁମୁହିଁ ହୋଇଛନ୍ତି ପୁଲିସ ଓ ସାଧାରଣ ଜନତା । ଏପରି ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ । କଣ୍ଟେନମେଣ୍ଟ ଜୋନକୁ ବିରୋଧ କରି ନାଲାରୋଡ଼ ମହତାବ ରୋଡ କଣ୍ଟେନମେଣ୍ଟ ଅଂଚଳ ବାସୀ ରାସ୍ତାକୁ ଓହ୍ଲାଇବା ସହ ପୁଲିସ ଉପରକୁ ପଥରମାଡ଼ କରିଥିବାର ଖବର ସାମ୍ନାକୁ ଆସିଛି । ଏହି ଅଂଚଳରୁ ଆଜି ପୁଣି ଏକ ପଜିଟିଭ ବାହାରିଥିବାବେଳେ କରୋନା ପଜିଟିଭଙ୍କ ସଂଖ୍ୟା ୬ ରେ ପହଂଚିଛି ।
ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ବ୍ୟାରିକେଡ଼ କରାଯାଇଥିଲା । ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଯାଇଥିବାବେଳେ ଘରୁ ନ ବାହାରିବାକୁ କୁହାଯାଇଥିଲା । କିନ୍ତୁ ସ୍ଥାନୀୟ ଲୋକ ଆଜି ପୁଲିସ ଉପରକୁ ପଥରମାଡ କରିବା ସହ ବ୍ୟାରିକେଡ଼କୁ ଭାଙ୍ଗିଦେଇଛନ୍ତି । ଅଧିକ ସଂଖ୍ୟକ ପୁଲିସ ଫୋର୍ସକୁ ସେଠାକୁ ପଠାଯାଇଛି । ଘଟଣାସ୍ଥଳରେ ପୁଲିସ ଡ଼ିଆଇଜି କବିତା ଜଲନ ,ଏସପି କେ ଶିବା ସୁବ୍ରମଣି ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି ।

Related posts

କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ସୋନପୁରରେ ପୋଲିସର କଡା ଚେକିଂ

mahabharatanews

ପୁଳା ପୁଳା ବାଣ ଜବତ କଲା ପୋଲିସ

mahabharatanews

ପ୍ରବଳ ବର୍ଷା ସମ୍ଭାବନା ; ୧୯ ପର୍ଯ୍ୟନ୍ତ ମସ୍ୟଜୀବିଙ୍କୁ ସମୁଦ୍ର ମନା

mahabharatanews