ଓଡିଶା

ମାଲକାନଗିରି ବିଧାୟକ ପ୍ରଦାନ କଲେ କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୨୧ଲକ୍ଷ ଟଙ୍କା….

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ସମଗ୍ର ବିଶ୍ୱ କରୋନା ମହାମାରିରେ ଛନ୍ଦିହୋଇ ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଜିଲ୍ଲାରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର । ଆବଶ୍ୟକିୟ ଉପକରଣ କ୍ରୟ ନିମନ୍ତେ ମାଲକାନଗିରି ବିଧାୟକ ଜିଲ୍ଲା ପ୍ରଶାସନକୁ ୨୧ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଆଜି ବିଧାୟକ ଆଦିତ୍ୟ ମାଢି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କୁ ସାକ୍ଷାତ କରି ୨୦୨୦-୨୧ ବିଧାୟକ ପାଣ୍ଠିରୁ ୨୧ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଭୟାବହ କରୋନା ପାଇଁ ଜିଲ୍ଲାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ପ୍ରବାସୀ ଫେରନ୍ତା ଶ୍ରମିକ ମାନଙ୍କୁ ସ୍ୱାସ୍ଥ୍ୟପରୀକ୍ଷା କରାଯାଇ ୧୪ଦିନ ପାଇଁ କ୍ୱାରେଟାଂଇନ ରେଖିବାର ବ୍ୟବସ୍ଥା କରାଯାଇଛି, ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହୁଥିବା ପ୍ରବାସୀ ମାନଙ୍କର ଯେପରି କିଛି ଅସୁବିଧା ନ ହୁଏ ସେଥି ନିମନ୍ତେ ଆବଶ୍ୟକୀୟ ଉପକରଣ କ୍ରୟ କରିବା ପାଇଁ ଜିଲ୍ଲାପ୍ରଶାସନକୁ ଏହି ଟଙ୍କାପ୍ରଦାନ କରାଯାଇଛି ବୋଲି ବିଧାୟକ ଶ୍ରୀମାଢି କହିଛନ୍ତି ।

Related posts

ତେଲ ମାରୁ ମାରୁ ସରକାରର ପୋଲ୍ ଖୋଲିଦେଲେ ଅରୂପ

mahabharatanews

କାବୁ ହେଲା ନୃଶଂସ କୁମ୍ଭୀର  

mahabharatanews

କେନ୍ଦୁଝରରେ ଥାଇପାରେ ସୁନା ଖଣି!

mahabharatanews