ଭୁବନେଶ୍ଵର: ଗଞ୍ଜାମରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଏହି ଚିହ୍ନଟ ପରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ସେ ମଧ୍ୟ ସୁରତରୁ ଫେରିଥିଲେ । ସୁରତ ଫେରନ୍ତାଙ୍କୁ ନେଇ ଜିଲ୍ଲା ତଥା ରାଜ୍ୟ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି । ଏହାର ମୁକାବିଲା ପାଇଁ ଆଜି ରାଜ୍ୟ ସରକାର ଗଞ୍ଜାମ ଜିଲା ପାଇଁ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ଵ ଦେଇଛନ୍ତି । ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କୁ ଓ ଆରଏମଆରସି ଭୁବନେଶ୍ୱର ବୈଜ୍ଞାନିକ ଜୟସିଂହ କ୍ଷେତ୍ରୀ ନୟାଗଡ ଜିଲ୍ଲା କୋଭିଡ ମୁକାବିଲାର ତଦାରଖ କରିବେ । ଏହି ଦୁଇ ବରିଷ୍ଠ ଅଧିକାରୀ ଗଞ୍ଜାମ ଜିଲାର କଣ୍ଟେନମେଣ୍ଟ ଜୋନ ତଦାରଖ କରିବା ସହ ଫେରିଥିବା ପ୍ରବାସୀମାନଙ୍କ କ୍ୱାରେଣ୍ଟାଇନ ସେଣ୍ଟର ଗୁଡିକର ମଧ୍ୟ ତଦାରଖ କରିବେ । ଏହାସହ ଏମକେସିଜି ମେଡ଼ିକାଲରୁ ଏକ ଆରଆରଟି ଟିମ୍ ଗଠନ କରାଯାଇ ଗଞ୍ଜାମ ଫେରିଥିବା ପ୍ରବାସୀ ମାନଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି ।