ଓଡିଶା

ଚିକିତ୍ସା ପାଇଁ ଦିଲ୍ଲୀ ଅଭିମୁଖେ ପ୍ରଦୀପ ମାଝୀ 

(ଭୁବନେଶ୍ୱର) :  ଉତ୍ତମ ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ପୂର୍ବତନ ସାଂସଦ ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପ‌ଦେଷ୍ଟା ପ୍ରଦୀପ ମାଝୀ । ଆଣ୍ଠୁରେ ସମସ୍ୟା ନେଇ ଦୀର୍ଘ ଏକମାସ ହେଲା ଭୁବନେଶ୍ବରରେ ଚିକିତ୍ସିତ ହେଲା ପରେ ଆଜି ଅଧିକ ଚିକିତ୍ସା ପାଇଁ ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି। ଭୁବ‌ନେଶ୍ବର ବିମାନବନ୍ଦରରୁ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।

ସୂଚନାନୁଯାୟୀ ,ଶ୍ରୀ ମାଝୀ ବାରିପଦାଠାରେ ଆୟୋଜିତ ସ୍ବତନ୍ତ୍ର ଉନ୍ନୟନ ପରିଷଦର ‘ଆଦି ରନ୍’ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ତାଙ୍କ ଗୋଡ଼ରେ ସମସ୍ୟା ଦେଖାଦେଇଥିଲା। ଚିକିତ୍ସା ପାଇଁ ଗତ ଅକ୍ଟୋବର ପହିଲାରେ ସେ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ସେହି ହସ୍ପିଟାଲରେ ଏକ ମାସ ମଧ୍ୟରେ ତାଙ୍କର ଦୁଇ ଥର ଅସ୍ତ୍ ରୋପଚାର କରାଯାଇଥିଲା। ହେଲେ ଗୋଡ଼ ଯନ୍ତ୍ରଣା ଉପଶମ ହୋଇ ନଥିଲା। ଯେଉଁଠି ପାଇଁ ସେ ଦିଲ୍ଲୀ ବାହାରିଛନ୍ତି ।

Related posts

ଟ୍ରକ ଓଲଟି ୫ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

mahabharatanews

ମହାମାୟୀ ଉଚ୍ଚ ବିଦ୍ୟାଳୟ ପ୍ରାଥମିକ ବିଦ୍ୟାଳୟ ଏବଂ ଦୁଧୁଜୋରୀ ପଂଚାୟତ ଅଫିସରେ ଗଣତନ୍ତ୍ର ଦିବସ

mahabharatanews

୨ ବ୍ଲକରେ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟିତ

mahabharatanews