Uncategorized

ବିଶ୍ୱରେ ୩୮,୧୮,୮୦୦ କରୋନା ଆକ୍ରାନ୍ତ ବିଶ୍ୱରେ ୨୪ ଘଣ୍ଟାରେ ୬,୮୦୦ଲୋକଙ୍କ ମୃତ୍ୟୁ

ଓ୍ବାଶିଂଟନ: ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ବୁଧବାର ସାରା ବିଶ୍ୱରେ ୯୪,୦୦୦ରୁ ଉର୍ଦ୍ଧ୍ୱ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୮,୧୮,୮୦୦ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୬,୮୦୦ଲୋକଙ୍କ ମୃତ୍ୟୁ ହେବା ପରେ ଏହି ସଂଖ୍ୟା ୨,୬୪,୮୦୦ ଅତିକ୍ରମ କରିଛି। ଏଥର ମଧ୍ୟ ଆମେରିକାରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ରୁଷ, ବ୍ରାଜିଲ, ଭାରତ ଓ ପେରୁ କରୋନାର ହଟ୍‌ସ୍ପଟ ପାଲଟିଛନ୍ତି। ଇଣ୍ଟରନ୍ୟାଶନାଲ କାଉନସିଲ ଅଫ୍‌ ନର୍ସେସର ରିପୋର୍ଟରୁ ଜଣାପଡିଛି କି ବିଶ୍ୱରେ ଏପର୍ୟ୍ୟନ୍ତ ୯୦ ହଜାରରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ ହୋଇସାରିଲେଣି। ବାସ୍ତବିକ ଭାବେ ଏହି ସଂଖ୍ୟା ଦୁଇଗୁଣ ହୋଇପାରେ ବୋଲି କୁହାଯାଉଛି। ଏମାନଙ୍କ ମଧ୍ୟରୁ ପାଖାପାଖି ୨୬୦ରୁ ଊର୍ଦ୍ଧ୍ୱ ନର୍ସଙ୍କର ମୃତ୍ୟୁ ହୋଇଥିବା ଆକଳନ କରାଯାଉଛି।

Related posts

ଦିଲ୍ଳୀ ଆଇଆଇଟି କୋଭିଡ-୧୯ ଟେଷ୍ଟ କିଟକୁ ଆଇସିଏମଆରର ଅନୁମୋଦନ

mahabharatanews

ବେଆଇନ ଅସ୍ତ୍ର ନିର୍ମାଣ ଠିକଣା ଉପରେ ପୁଲିସ ଚଢାଉ, ୧ ଗିରଫ

mahabharatanews

ପୁଣି ଜଣେ ସାଂସଦ କରୋନା ପଜିଟିଭ୍

mahabharatanews