କଟକ: ପ୍ରବାସୀ ଓଡିଆଙ୍କ ଘର ବାହୁଡାକୁ ନେଇ ଆଜି ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଫେରିବା ପୂର୍ବରୁ ପ୍ରଥମେ ପ୍ରବାସୀ ଓଡିଆମାନଙ୍କର ଟେଷ୍ଟ କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେବା ସହ ରିପୋର୍ଟ ପଜିଟିଭ ନ ଆସିଲେ ସେମାନଙ୍କୁ ଓଡିଶା ଆଣିବାକୁ ମନା କରିଛନ୍ତି । କେବଳ ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିବ ସେମାନେ ହିଁ ଫେରିବେ ବୋଲି କୋର୍ଟ କହିଛନ୍ତି ।
ପ୍ରବାସୀଙ୍କ ରାଜ୍ୟକୁ ଫେରିବାକୁ ନେଇ ଜଣେ ଯାଚିକା କର୍ତ୍ତା ଆପତ୍ତି ଉଠାଇଥିଲେ । ଏଥିନେଇ ସେ ହାଇକୋର୍ଟରେ ଏକ ପିଆଇଏଲ୍ ଦାୟର କରିଥିଲେ । ବାହାର ରାଜ୍ୟରୁ ଏଭଳି ଭାବେ ସମସ୍ତଙ୍କୁ ଆଣିଲେ ସମସ୍ୟା ହେବ ବୋଲି ପିଆଇଏଲରେ ଅଭିଯୋଗ ହୋଇଥିଲା । ସାମାଜିକ କର୍ମୀ ନାରାୟଣ ଚନ୍ଦ୍ର ଜେନାଙ୍କ ଦ୍ବାରା ଏହି ପିଆଇଏଲ୍ ଦାଖଲ କରାଯାଇଥଥିଲା । ଏହା ଉପରେ ଆଜି ହାଇକୋର୍ଟ ଶୁଣାଣି କରି ପ୍ରବାସୀ ଓଡିଆ ସେ ରହୁଥିବା ରାଜ୍ୟ ଛାଡିବା ପୂର୍ବରୁ ତାଙ୍କ ଟେଷ୍ଟ କରାଇ ରିପୋର୍ଟ ନେଗେଟିଭ ଆସିଲେ ଆଣିବାକୁ କହିଛନ୍ତି ।
