ଓଡିଶା

ମାଛ ପେଟରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

(ଜଳେଶ୍ୱର / ଅଜିତ ସାହୁ): ଜଳେଶ୍ୱର ପୋଲିସକୁ ପୁଣି ବଡ଼ ସଫଳତା। ମାଛ ପେଟରୁ ବ୍ରାଉନସୁଗାର ଜବତ କରି ଚର୍ଚ୍ଚାରେ ଜଳେଶ୍ୱର ପୋଲିସ। କୋରୋନା କଟକଣା ପାଇଁ ଦୀର୍ଘଦିନ ହେବ ବ୍ରାଉନ ସୁଗାର ମାଫିଆ ମାନେ ଏକ ପ୍ରକାର ନିଷ୍କ୍ରିୟ ହୋଇ ବସିଥିଲେ, ତେବେ ଏବେ ପୁଣି ସେମାନେ ସକ୍ରିୟ ହୋଇ ଉଠିଛନ୍ତି। ସୂଚନା ଅନୁଯାୟୀ ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଲକ୍ଷମଣ ନାଥ ଗେଟ ନିକଟରୁ ଜଣେ ମାଛ ଵ୍ୟଵସାୟି ମାଛ ପେଟରେ ବ୍ରାଉନ ସୁଗାର ରଖି ପଶ୍ଚିମବଙ୍ଗ କୁ ଚାଲାଣ କରୁଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଳେଶ୍ୱଏ ପୋଲିସ ସେଠାରେ ଛକି ରହିଥିଲା । ଚାଲାଣ ବେଳେ ,ତିନୋଟି ବ୍ରାଉନ ସୁଗାର ପୁଡ଼ିଆ ଜବତ କରିବା ସହିତ ଅଭିଯୁକ୍ତ କୁ ଗିରଫ କରିଛି ଜଳେଶ୍ୱର ପୋଲିସ। ଜବତ ବ୍ରାଉନ ସୁଗାର ଆନୁମାନିକ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ୍ବହେବ ବୋଲି ଜଣା ପଡିଛି।

Related posts

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

mahabharatanews

ସୀମାରେ ଉତ୍ତେଜନା ସୃଷ୍ଟି କରୁଛି ଚୀନ

mahabharatanews

କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୪ଜଣଙ୍କୁ ନିର୍ମମ ହତ୍ୟା

mahabharatanews