ଓଡିଶା

ଗରିବ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

(ଜଳେଶ୍ୱର/ଅଜିତସାହୁ): କୋରନା ମହାମାରିର ମୁକାବିଲା ପାଇଁ ଆମ ରାଜ୍ୟ ଓଡ଼ିଶାରେ ଲକ ଡାଉନ ଜାରି ରହିଛି । ଦ୍ଵିତୀୟ ପର୍ୟ୍ୟାୟ ଲକ ଡାଉନ ପରେ ଏବେ ତୃତୀୟ ପର୍ୟ୍ୟାୟର ଲକ ଡାଉନ। ଦୀର୍ଘ ଦେଢ଼ମାସ ହେବ ଗରିବ, ଅସହାୟ, ଦିନମଜୁରିଆ ମାନେ କାମ ନପାଇ , ରୋଜଗାର ହରାଇ ନିରୁପାୟ ହୋଇ ଘରେ ବସିଛନ୍ତି। ସଭିଙ୍କୁ ଜୀବନ ଓ ଜୀବିକା ଚିନ୍ତା ଘାରିଥିବା ବେଳେ ଭୋକ ଉପବାସରେ ପେଟ ପୋଡି ଯାଉଛି। ଏହି ସମୟରେ ସାହାଯ୍ୟର ହାତ ବଢ଼େଇଛନ୍ତି ବସ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡା- ଦେବବ୍ରତ ଜେନା , ତାଙ୍କ ବନ୍ଧୁ, ଓ ସାମାଜିକ ସଂଗଠନ । ଏହି ଅବସରରେ ବସ୍ତା ବ୍ଲକ ସଦାନନ୍ଦପୁର ପଞ୍ଚାୟତର ବାରମାଢିଆ ଗାଁର ଏକ ହଜାର ଉର୍ଦ୍ଧ ଗରିବ ଅସହାୟ ଆଦିବାସୀ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଥିଲା । ଖାଦ୍ୟ ବଣ୍ଟନ ସମୟରେ ବସ୍ତା ତହସିଲଦାର କାର୍ତ୍ତିକ ଚନ୍ଦ୍ର ଦାସ ଓ ବସ୍ତା ଥାନାର ଏ.ଏସ୍.ଆଇ ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Related posts

ରାଜ୍ୟରେ କୋଭିଡ-୧୯ର ଆଉ ୨ ମାମଲା

mahabharatanews

୨ଦିନ ପରେ ବର୍ଷା ସମ୍ଭାବନା 

mahabharatanews

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

mahabharatanews